Onn 3

ସାପ କାମୁଡ଼ାରେ ୬ ବର୍ଷର ଶିଶୁପୁତ୍ର ମୃତ

State

ବାରିପଦା: ଦିନକୁ ଦିନ ସାପ କାମୁଡାରେ ମୃତ୍ୟୁ ସଂଖ୍ୟା ଵଢିଵଢି ଚାଲିଛି ।ଇତି ମଧ୍ୟରେ ବାମନଘାଟୀ ଉପଖଣ୍ଡରେ ୧୨ ଜଣରୁ ଉର୍ଦ୍ଧ୍ବ ନିରିହ ଛୁଆ,ଯୁବକ,ଯୁବତୀ,ମହିଳା ବୃଦ୍ଧାଙ୍କ ର ମୃତ୍ୟୁ ହୋଇଗଲାଣି । ସୂଚନାଯୋଗ୍ୟ ବାଦାମପାହାଡ଼ ଥାନା ଅନ୍ତର୍ଗତ ଅଙ୍ଗାରପଦା ଗ୍ରାମର ପ୍ରଦୀପ ହେମ୍ବ୍ରମ ଙ୍କ ଘର ଲୋକେ ଖାଇ ପିଇ ଶୁକ୍ରବାର ରାତିରେ ଶୋଇଥିଲେ ।ପ୍ରଦୀପଙ୍କ ବଡ଼ପୁଅ ଓ ସାନପୁଅ ଖାଇ ପିଇ ସାଙ୍ଗ ହିଁ ଘର ଭିତରେ ତଳେ ବିଛଣା ପକାଇ ଶୋଇଥିଲେ । ବିଳମ୍ବିତ ରାତିରେ ସାନ ପୁଅ ମୁକେଶ ହେମ୍ବ୍ରମ (୬) ରାତିରେ ପାଟି କରି ଚିତ୍କାର କରି ଉଠିଥିଲା ‌ଘର ଲୋକେ ପାଟିଶୁଣି ଉଠିଥିଲେ ।ଏକ ଚିତି ସାପ ତା’ର ହାତକୁ କାମୁଡ଼ି ଦେଇଥିଲା ।ହାତରୁ ରକ୍ତ ଝର ଝର ଵୋହିଥିଲା ।ଘର ଲୋକେ ସାପଟିକୁ ପାଇଥିଲେ ।

ରାତିରେ ପିଲାଟିକୁ ରାଇରଙ୍ଗପୁର ହସ୍ପିଟାଲ ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ ।ସୁଲାଇପାଟ ଥାନାଧିକାରୀ ପ୍ରଦୀପ ବାରିକ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୯/୨୩ ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାରଙ୍କୁ ହସ୍ତାନ୍ତର କରିଛି ।ପରିବାର ଲୋକେ ପୁଅକୁ ହରାଇ ଦୁଃଖରେ ମ୍ରିୟମାଣ ହୋଇ ପଡିଛନ୍ତି ।