Onn 3

ନଭେମ୍ବର 15 ତାରିଖରୁ ଆରମ୍ଭ ହେବ ଖିଚିଂ ରୁ ବାରିପଦା ପର୍ଯ୍ୟନ୍ତ ପଦଯାତ୍ରା – ଭଞ୍ଜସେନା

State

କିଚକେଶ୍ବରୀ ମନ୍ଦିରର ଉନ୍ନତି ଓ ଧ୍ବଂସାଭିମୁଖୀ ରାଜପ୍ରସାଦର ମରାମତି ପ୍ରସଙ୍ଗ
ଜିଲ୍ଲା ପ୍ରଶାସନ ଅଧିକାରୀମାନଙ୍କ ସାଧାରଣ ଜ୍ଞାନର ଅଭାବ ରହିଛି : ଭଞ୍ଜସେନା

ବାରିପଦା: ରାଜ୍ୟର ବହୁ ପ୍ରମୁଖ ମଠ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପୁନଃରୁଦ୍ଧାର ପାଇଁ ରାଜ୍ୟ ସରକାର ଶହ ଶହ କୋଟି ଟଙ୍କା ଅନୁଦାନ ପ୍ରଦାନ କରୁଥିବା ବେଳେ ଆଦିବାସୀ ବହୁଳ ମୟୁରଭଞ୍ଜର ଅଧିଷ୍ଠାତ୍ରୀ ଦେବୀ ତଥା ବିଶ୍ୱରେ ଏକମାତ୍ର କଳା ମୁଗୁନି ପଥରରେ ନିର୍ମିତ ମାଆ କିଚକେଶ୍ବରୀଙ୍କ ମନ୍ଦିର ର ପୁନଃରୁଦ୍ଧାର ପାଇଁ ରାଜ୍ୟ ସରକାର ଯେଭଳି କାଣିଚାଏ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି, ସେବାବଦରେ ବାରମ୍ବାର ସରକାରଙ୍କୁ ଅବଗତ କରୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନାହିଁ ଯଦ୍ୱାରା ମୟୁରଭଞ୍ଜ ବାସୀ ମନରେ ଗଭୀର ଆଘାତ ପ୍ରଦାନ କରୁଛି |
(2)ବାରମ୍ବାର ଦାବୀ ପରେ ବାରିପଦା ପୂର୍ତ୍ତ ବିଭାଗ ପକ୍ଷରୁ ସର୍ଭେ ହୋଇ ଧ୍ୱଂସାଭିମୁଖୀ ରାଜପ୍ରସାଦ ର ପୁନଃରୁଦ୍ଧାର ପାଇଁ ଆବଶ୍ୟକ ଅଟକଳରାଶୀ ଆକଳନ କରି ସରକାର ଙ୍କୁ ଅବଗତ କରିବାର ଦୀର୍ଘ ଦିନ ବିତିଯାଇଥିଲେ ସୁଦ୍ଧା ବର୍ତମାନ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରୁନାହିଁ, ଯାହାକି ଏହି ରାଜପ୍ରସାଦ ରେ ପାଠ ପଢିଥିବା ସମସ୍ତ ଏମପିସିଆନ ଛାତ୍ର ଛାତ୍ରୀ ଓ ମୟୁରଭଞ୍ଜ ପ୍ରେମୀ ଙ୍କ ମନରେ ଗଭୀର ନିରାଶ ର ବାତାବରଣ ଖେଳାଇଦେଇଛି |ତାସହିତ ଉକ୍ତ ରାଜପ୍ରସାଦ ରେ କୌଣସି ସରକାରୀ ଯୋଜନାର ରଙ୍ଗ ନ ଲଗେଇ ରାଜତନ୍ତ୍ର ଅମଳରେ ଥିବା ରଙ୍ଗ ଲଗାଯିବା ଏବଂ ଏହାକୁ ଉପଯୁକ୍ତ ରକ୍ଷଣାବେକ୍ଷଣ କରି ସ୍ମାରକୀ ଭାବେ ସଂରକ୍ଷିତ କରାଯିବା |

ଏଣୁ ପୂର୍ବଘୋଷିତ କାର୍ଯ୍ୟକ୍ରମ ଅନୁଯାୟୀ ଉପରୋକ୍ତ ଦାବୀ ଗୁଡିକୁ ହାସଲ କରିବା ସକାଶେ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା ଉଦ୍ୟେଶରେ ଭଞ୍ଜସେନା ଜିଲ୍ଲା ସାଧାରଣ ସମ୍ପାଦକ ଧନଞ୍ଜୟ ସାହୁ ଓ ଜିଲ୍ଲା ଯୁବଶାଖା ସଭାପତି ସୌମ୍ୟରଞ୍ଜନ ମିଶ୍ର, ଉଭୟ ଚଳିତ ଅକ୍ଟୋବର ମାସ ୧୧ ତାରିଖ ବୁଧୁବାର ଦିନ ପ୍ରଥମ ଦିବସରେ ସଖାଳ ୧୦ଟା ସମୟରୁ ବାରିପଦା ସ୍ଥିତ ମୟୁରଭଞ୍ଜ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ |ଅନଶନର ୨୪ଘଣ୍ଟା ପରେ ଅର୍ଥାତ ୧୨ ତାରିଖ ଗୁରୁବାର ଦ୍ଵିତୀୟ ଦିବସରେ ଦିନ ୧୦ଟା ବେଳକୁ ଭଞ୍ଜସେନା ବାରିପଦା ଉପଖଣ୍ଡ ସଭାପତି ଜ୍ୟୋତିରଞ୍ଜନ ପୃଷ୍ଟି ଆମରଣ ଅନଶନରେ ସାମିଲ ହୋଇଥିଲେ |ଆଜି ଅକ୍ଟୋବର ୧୩ତାରିଖ ଶୁକ୍ରବାର ତୃତୀୟ ଦିବସ ଦିନ ଅନଶନ କୁ ପାଖାପାଖି ୫୨ଘଣ୍ଟା୫୨ଘଣ୍ଟା ହେବାକୁ ଯାଉଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ରେ ଆଜି ଆସିଥିବା ଡାକ୍ତର ମାନେ ଅନଶନକାରୀ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ତଦାରଖ କରୁଥିବା ବେଳେ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେଉଥିବା ଜାଣି ତୁରନ୍ତ ସ୍ଥାନୀୟ ପୋଲିସ ଏବଂ ହସ୍ପିଟାଲ ର ଟିମ ଆମ୍ବୁଲ୍ୟାନ୍ସ ସହିତ ଆସି ଅବୁଝା ଅନଶନକାରୀଙ୍କୁ ବୁଝାସୁଝା କରି ବାରିପଦା ମେଡିକାଲ କଲେଜ ହସ୍ପିଟାଲ କୁ ଚିକିତ୍ସା ପାଇଁ ନେଇଥିଲେ |ବାରିପଦା ହସ୍ପିଟାଲରେ ଡାକ୍ତର ଅନଶନକାରୀଙ୍କୁ ଉପଯୁକ୍ତ ଚିକିତ୍ସା ନହେବା ପର୍ଯ୍ୟନ୍ତ ଆଗକୁ ଖାଦ୍ୟ ବିନା ଅନଶନ ନକରିବାକୁ ପରାମର୍ଶ ଦେଇଥିଲେ |

ଦୁଃଖର କଥା ମୟୁରଭଞ୍ଜର ଦୁଇଟି ଅନ୍ୟତମ ପ୍ରମୁଖ ଇସ୍ୟୁ କୁ ନେଇ ଦୀର୍ଘ ୫୨ଘଣ୍ଟା ବିନା ଖାଦ୍ୟରେ ଅନଶନ ବସିଥିବା ୩ ଜଣ ଭଞ୍ଜସେନା କର୍ମକର୍ତ୍ତା ଙ୍କୁ ସୌଜନ୍ୟମୂଳକ ସାକ୍ଷାତ ମଧ୍ୟ କରିଲେ ନହିଁ । ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ର ବରିଷ୍ଠ ଅଧିକାରୀ କିମ୍ବା ଉକ୍ତ ଦୁଇଗୋଟି ପ୍ରମୁଖ ଦାବୀ ଗୁଡିକ କିପରି ସମାଧାନ ହୋଇପାରିବ ସେବାବଦରେ ମଧ୍ୟ କୌଣସି କଥା କହିଲେ ନାହିଁ ଯୋଉଁଥିରୁ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନର ସାଧାରଣ ଜ୍ଞାନ ର ଅଭାବ ଥିବା ପରିଲକ୍ଷିତ ହେଉଥିଲା ବୋଲି ଭଞ୍ଜସେନା ପକ୍ଷରୁ କ୍ଷୋଭର ସହ ପ୍ରକାଶ କରାଯାଇଛି |

ଡାକ୍ତର ଙ୍କ ପରାମର୍ଶ କ୍ରମେ ଅନଶନକାରି ଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ଧ୍ୟାନ ରେ ରଖି ଭଞ୍ଜସେନା ପକ୍ଷ୍ୟ ରୁ ଅନଶନ କୁ ସ୍ଥଗିତ ରଖାଯାଇଛି ମାତ୍ର ମୟୁରଭଞ୍ଜ ର ନ୍ୟାର୍ଯ୍ୟ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଭଞ୍ଜସେନା ତାର ଆନ୍ଦୋଳନ ଅବ୍ୟାହତ ରଖିବ ଆଉ ଏହି ପରିପ୍ରେକ୍ଷୀରେ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଆହ୍ୱାନ କ୍ରମେ ଜିଲ୍ଲା ଯୁବଶାଖା ପକ୍ଷରୁ ଆସନ୍ତା ନଭେମ୍ବର ମାସ ୧୫ତାରିଖ ଠାରୁ ଖିଚିଂ ସ୍ଥିତ ମାଆ କିଚକେଶ୍ବରୀ ଙ୍କ ମନ୍ଦିରରେ ପୂଜାର୍ଚନା ସାରି ଏକ ପଦଯାତ୍ରା ଆରମ୍ଭ ହୋଇ ଯଶିପୁର -ମଣଦା-ବିଶୋଇ-ବାଙ୍ଗିରିପୋଷି -କୁଳିଅଣା ଅତିକ୍ରମ କରି ନଭେମ୍ବର ୨୧ତାରିଖ ବାରିପଦା ରେ ସମାପ୍ତ ହେବ ବୋଲି ଜିଲ୍ଲା ଯୁବଶାଖା ସଭାପତି ସୌମ୍ୟରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ବୋଲି ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି |