Onn 3

ଭାରତୀୟ ଷ୍ଟେଟ ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ ଙ୍କ ସାଧାରଣ ସଭା ଅନୁଷ୍ଠିତ

State

ବାରିପଦା: ସ୍ଥାନୀୟ ଷ୍ଟାଡିୟମ ଅଡିଟୋରିୟମ୍ ରେ ମୟରଭଞ୍ଜ ଜିଲ୍ଲ୍‌ାର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ର ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କର ଏକ ସାଧାରଣ ସଭା ଅନିଲ କୁମାର ପ୍ରଧାନଙ୍କର ଆୟଜିତରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଜିଲ୍ଲ୍‌ାର ବିଭିନ୍ନ୍ ସ୍ଥାନରୁ ପାଖାପାଖି ଦୁଇଶହ ଅଫିସର ପ୍ରାପ୍ତ କର୍ମଚାରୀ ଯୋଗ ଦେଇଥିଲେ । ଉକ୍ତ ସଭା କାର୍ଯ୍ୟକୁ ଅଶୋକ କୁମାର ପଟ୍ଟନାୟକ ଓ ବରେନ୍ଦ୍ର ମହାନ୍ତି ପରିଚାଳନା କରିଥିଲେ । ପ୍ରାରମ୍ବରେ ଶ୍ରୀ ପ୍ରଧାନ ଏହି ବୌଠକର ଉଦ୍ଦଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । SBI Pensioners ଏସୋସିଏସନ୍ ଆଚାଳିକ ସଂପାଦକ ମନୋଜ ମୁଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ପୂଣେ୍‌ନ୍ଦୁ କୁମାର ଦାସ ଓ ବୃନ୍ଦାବନ ଗୋଛାୟତ, ଅବସର ପରେ କର୍ମଚାରୀ ମାନଙ୍କୁ ବ୍ୟାଙ୍କ ତରଫରୁ ମିଳୁଥିବା ସୁବିଧା ସୁଯୋଗ ବିଶେଷ କରି ସ୍ୱାସ୍ୟ ସମନ୍ଧିତ ସୁବିଧା ବିଷୟରେ ଅଲୋକ ପାତ କରିଥିଲେ ।

ଗଦାଧର ବେହେରା , ହେମନ୍ତ ଦାସ. ରତି ନାରାୟଣ ଦସ , ମୁରଲୀଧର ବେହେରା ପ୍ରମୁଖ ଙ୍କ ସୁକ୍ରୀୟ ସହଯୋଗ ହେତୁ ସମାବେଶ ସଫଳ ହୋଇଥିବାରୁ କ୍ଷୀରୋଦ ବେହେରା ସିଚ୍ଚ୍ ସେମାନଙ୍କୁ ସମ୍ବଧିତ କରିଥଲେ । ସଭାକାର୍ଯ୍ୟ ଶେଷରେ ଚନ୍ଦ୍ର ମୋହନ ସିଂ ପ୍ରଦଶନ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଗାମୀ ଦିନ ରେ ମଧ୍ୟ ପ୍ରତିବର୍ଷ ଏହି ପ୍ରକାର ସମାବେଶ କରିବାକୁ ସର୍ବସମ୍ମତିକ୍ରମେ ମତ ପ୍ରକାଶ ପାଇଥିଲା ।