Achyutananda Dhana Mandi Re Dhana Uthana

ଅଚ୍ୟୁତାନନ୍ଦ ସମବାୟ ସମିତିରେ ଧାନ ମଣ୍ଡି ଖୋଲିଲା

State

ନିଶ୍ଚିନ୍ତକୋଇଲି :କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ନିଶ୍ଚିନ୍ତକୋଇଲି ଶାଖା ଅଧିନରେ ଥିବା ଅଚ୍ୟୁତାନନ୍ଦ କୃଷି ରୁଣ ସମବାୟ ସମିତି ଆନୁକୂଲ୍ୟରେ ଚଳିତ ବର୍ଷର ଧାନ ମଣ୍ଡିତ ଉଦଘାଟିତ ହୋଇଛି । ସମିତିର ଭାରପ୍ରାପ୍ତ ସମ୍ପାଦକ ଶିଶିର କୁମାର ସ୍ୱାଇଁଙ୍କ ପୌରହିତ୍ୟରେ ଏଥ୍‌ôରେ ସମିତିର ସଭାପତି ଅଚ୍ୟୁତାନନ୍ଦ ଦାସ ଯୋଗ ଦେଇ ମଣ୍ଡିର ଶୁଭାରମ୍ଭ କରିଥିବା ବେଳେ ଉପସ୍ଥିତ ଚାଷୀମାନଙ୍କୁ ଧାନ କିଣା ସମୟରେ ସରକାରଙ୍କ ନୀତିନିୟମକୁ ମାନିବା ପାଇଁ ପରାମର୍ଶ ଦେଇଥିଲେ ।

ଏଥ୍‌ôରେ ସଭ୍ୟ ରତିକାନ୍ତ ଭୂୟାଁ, ଚନ୍ଦ୍ରକାନ୍ତ ପରିଡ଼ା, କାଳନ୍ଦୀଚରଣ ଭୂୟାଁ, ଶରତଚନ୍ଦ୍ର ସାମଲ, ପ୍ୟାଡ଼ି କମିଟିର ସଭାପତି ବିଶ୍ୱେନ୍ଦୁ ମହାରଣା ପ୍ରମୁଖ ଯୋଗ ଦେଇଥିଲେ । ଆରଏମସି ପକ୍ଷରୁ ମାନ ନିର୍ଦ୍ଧାରକ ବ୍ରଜମୋହନ ପଣ୍ଡା ଚାଷୀମାନଙ୍କର ଧାନର ମାନ ତଦାରଖ କରିବା ପରେ ପ୍ରଥମ ଦିନରେ ୧୨ଜଣ ଚାଷୀଙ୍କ ଠାରୁ ୪୦୮ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଥିଲା ।