Ghewar Chand School Re Barsika Krida

ଘେୱାର ଚାନ୍ଦ ନୋଡ଼ାଲ ସ୍କୁଲର ବାର୍ଷିକ କ୍ରୀଡ଼ା

State

ନିଶ୍ଚିନ୍ତକୋଇଲି : କେନ୍ଦୁପାଟଣା ପଞ୍ଚାୟତ ଘେୱାରଚାନ୍ଦ ସରକାରୀ ନୋଡ଼ାଲ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତ ଦୁଇ ଦିନ ଧରି ଚାଲି ଉଦଯାପିତ ହୋଇଛି । ଉଦଯାପନ ଉତ୍ସବରେ ଛାତ୍ର ଛାତ୍ରୀମାନଙ୍କର ଚିକାକର୍ଷକ ନୃତ୍ୟ ଓ ସଂଗୀତ ପ୍ରତିଯୋଗିତା ଉପଭୋଗ କରିବା ପାଇଁ ଶହ ଶହ ସଂଖ୍ୟାରେ ଅଭିଭାବକ ଉପସ୍ଥିତ ରହିଥିଲେ । ପ୍ରଧାନଶିକ୍ଷକ ସୁଶିଲ ଚକ୍ରବର୍ତ୍ତୀଙ୍କ ପୌରହିତ୍ୟରେ ଏଥିରେ ମୁଖ୍ୟଅତିଥି ଭାବେ ପ୍ରିୟା ଗ୍ୟାସର ମାଲିକ ସମାଜସେବୀ ଧିରେନ୍ଦ୍ର କୁମାର ବେହେରା, ମୁଖ୍ୟବକ୍ତା ଭାବେ କେନ୍ଦୁପାଟଣା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶୁଭେନ୍ଦୁ ଶେଖର ସାମଲ, ସମ୍ମାନିତ ଅତିଥି ଭାବେ ସିଆରସିସି ରାଜକିଶୋର ନାୟକ, ସ୍କୁଲ ପରିଚାଳନା କମିଟି ସଭାପତି ଦୀପକ କୁମାର ବେହେରା,କଣ୍ଠଶିଳ୍ପୀ ମାନଗୋବିନ୍ଦ ରାଉତ,ଶିକ୍ଷକ ରଂଜନ କୁମାର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।

ଖେଳ ଶିକ୍ଷକ ଜୀବନଜ୍ୟୋତି ନାୟକ ଙ୍କ ନେତୃତ୍ୱରେ ଶିକ୍ଷକ ରେବତୀ ରାଉତରାୟ, ଅଳକା ବିଶ୍ୱାଳ,ଅନ୍ନପୂର୍ଣ୍ଣା ସାହୁ, ସୁଚିତ୍ରା ମହାନ୍ତି ପ୍ରମୁଖ କ୍ରୀଡ଼ା ପରିଚାଳନାରେ ସହଯୋଗ କରିଥିଲେ । ବିଜ୍ଞାନ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।