Kendupatna Mandi Re Dhana Uthana

କେନ୍ଦୁପାଟଣା ଧାନ ମଣ୍ଡି ଉଦଘାଟିତ

State

ନିଶ୍ଚିନ୍ତକୋଇଲି : କେନ୍ଦୁପାଟଣା ସେବା ସମବାୟ ସମିତି ଅଧିନରେ କାର୍ଯ୍ୟାଳୟ ପରିସରରେ ସମିତିର ସଭାପତି ଶାରଦାପ୍ରସନ୍ନ ନାୟକଙ୍କ ଦ୍ୱାରା ଚଳିତ ବର୍ଷର ମଣ୍ଡି ଉଦଘାଟିତ ହୋଇଛି । ସମ୍ପାଦକ ମନୋଜ କୁମାର ନାୟକଙ୍କ ପୌରହିତ୍ୟରେ କୋଲଣପୁର ସରପଞ୍ଚ ଗୋପବନ୍ଧୁ ସେଠୀ, ବରାଦୋ ସରପଞ୍ଚ ଦିପ୍ତୀମୟୀ ବରାଳ,ଆରଏମସିର ମାନ ନିର୍ଦ୍ଧାରକ ଶ୍ୟାମସୁନ୍ଦର ଦାସ, ସଭ୍ୟ ନାରାୟଣ ସାହୁ,ସୋମନାଥ ବେହେରା,ଶରତ ବେହେରା, ଅନନ୍ତ ମଲିକ, ସନ୍ତୋଷ ଭୂୟାଁ, ସାହୁ, ବିବେକାନନ୍ଦ ସାହୁ , ଡ଼ିଇସ ମାନସ ରଂଜନ ସାହୁ ପ୍ରମୁଖ ଯୋଗ ଦେଇଥଲେ ।

ଚଳିତ ବର୍ଷ ସମିତିରେ ସିସି କ୍ୟାମେରା ବଳୟ ଭିତରେ ଧାନ କିଣା କାର୍ଯ୍ୟ କରାଯିବା ସହିତ ଅନ୍ୟାନ୍ୟ ନୀତିନିୟମ ସଂକ୍ରାନ୍ତରେ ସମ୍ପାଦକ ଶ୍ରୀ ନାୟକ ଚାଷୀମାନଙ୍କୁ ଅବଗତ କରାଇଥିଲେ । ଏ ବର୍ଷ ମୋଟ ୫୧୩ ଜଣ ଚାଷୀ ଧାନ ବିକ୍ରି ପାଇଁ ନାମ ପଞ୍ଜିକୃତ କରିଥିଲା ବେଳେ ପ୍ରଥମ ଦିନରେ ୨୨ଜଣ ଚାଷୀଙ୍କ ଠାରୁ ୧ହଜାରରୁ ଉର୍ଦ୍ଧ୍ୱ କ୍ୱିଣ୍ଟାଲ ଧାନ କିଣାଯାଇଛି ।