Ramakrushnapur Re Ratha Gadila 1

ଜଗନ୍ନାଥଙ୍କ ଅର୍ପଣ ରଥ ପରିକ୍ରମା କାର୍ଯ୍ୟକ୍ରମ ଉଦ୍‌ଯାପିତ

State

ନିଶ୍ଚିନ୍ତକୋଇଲି : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ଅବସରରେ ଘରେ ଘରେ ବୁଲୁଥିବା ଜଗନ୍ନାଥଙ୍କ ଅର୍ପଣ ରଥ ପରିକ୍ରମା କାର୍ଯ୍ୟକ୍ରମ ନିଶ୍ଚିନ୍ତକୋଇଲି ବ୍ଲକରେ ୭ଦିନ ଧରି ଅନୁଷ୍ଠିତ ହୋଇ ରବିବାର ଶେଷ ହୋଇଛି । ରାମକୃଷ୍ଣପୁର ପଞ୍ଚାୟତରେ ଏହାର ଉଦ୍‌ଯାପନ ଦିବସରେ ଅର୍ଜୁନମାହାରା ଯଜ୍ଞ ପଡ଼ିଆରୁ ଆଧ୍ୟାତ୍ମିକ ପରିବେଶରେ ରଥ ବାହାରିଥିଲା । ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ଅଶୋକ କୁମାର ଓଝାଙ୍କ ପୌରହିତ୍ୟରେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ବିଡ଼ିଓ ଧର୍ମରଂଜନ ପଣ୍ଡା, ସରପଞ୍ଚ ଭାରତୀ ସ୍ୱାଇଁ, ସମିତିସଭ୍ୟା ନର୍ମଦା ରାଉତ,ପୂର୍ବତନ ସରପଞ୍ଚ ମନୋରଂଜନ ସ୍ୱାଇଁ, ନୋଡ଼ାଲ ଅଫିସର ବଳରାମ ମଲିକଙ୍କ ସମେତ ବହୁ ବିଜେଡ଼ି ନେତୃବୃନ୍ଦ ଯୋଗ ଦେଇଥିଲେ । ସେହିପରି ନତକାଇ ପଞ୍ଚାୟତରେ ସରପଞ୍ଚ ଜୟଦେବ ରାଉତଙ୍କ ନେତୃତ୍ୱରେ ତିନିଦିନ ଧରି ରଥ ପରିକ୍ରମା କରିଥିଲା ବେଳେ ବନ୍ଧୁପୁର ପଞ୍ଚାୟତରେ ସରପଞ୍ଚ ଜୟନ୍ତୀ ଗୋଚ୍ଛାୟତ, ସମିତିସଭ୍ୟା ବିଶ୍ୱଜିତ୍ ସ୍ୱାଇଁ, ତରଣୀସେନ ଜେନା, ଦିଲ୍ଲୀପ କୁମାର ଜେନାଙ୍କ ସହଯୋଗରେ ରଥ ପରିକ୍ରମା ଓ ସାଂସ୍କୃତିକ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ମହମ୍ମଦପୁର ପଞ୍ଚାୟତରେ ସରପଞ୍ଚ ପ୍ରତିଭା ବେହେରା ଓ ସରୋଜ ବେହେରାଙ୍କ ନେତୃତ୍ୱରେ ତିନିଦିନ ଧରି ରଥ ପରିକ୍ରମା କରିଥିଲା ।

Barado Gp Re Ratha Gadila

ଏହି କାର୍ଯ୍ୟକ୍ରମରେ ବିଧାୟକ ଚନ୍ଦ୍ରସାରଥୀ ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନରେନ୍ଦ୍ର ବାରିକ, ସମିତିସଭ୍ୟ ରଂଜନ ପାତ୍ର ସମେତ ବହୁ ବିଜେଡ଼ି ନେତୃବୃନ୍ଦ ରଥ ସହିତ ବୁଲି ଅକ୍ଷତ ଓ ଗୁଆ ସଂଗ୍ରହ କରିଥିଲେ । ବରାଦୋ ପଞ୍ଚାୟତରେ ପୂର୍ବତନ ସରପଞ୍ଚ ନୃସିଂହ ବିଶ୍ୱାଳଙ୍କ ନେତୃତ୍ୱରେ ଦୁଇଦିନ ଧରି ରଥ ପରିକ୍ରମା କରିଥିଲା ବେଳେ ସଭାପତି ରତ୍ନାକର ବିଶ୍ୱାଳ, ସମିତିସଭ୍ୟା ଶୁଭଶ୍ରୀ ସାହୁ, ମଧୁସୂଦନ ସେଠୀ, ବଳରାମ ସାହୁ ପ୍ରମୁଖ ଘର ଘର ବୁଲିଥିଲେ । ସେହିପରି ସରପଞ୍ଚ ମିଲନ ଭୂୟାଁଙ୍କ ନେତୃତ୍ୱରେ ଶହ ଶହ ସଂଖ୍ୟାରେ ଜଗନ୍ନାଥ ପ୍ରେମୀ ଭକ୍ତ ବାବୁଜଙ୍ଗ ପଞ୍ଚାୟତରେ ରଥ ପରିକ୍ରମା କରି ଅକ୍ଷତ, ଗୁଆ ,ନଡ଼ିଆ ସଂଗ୍ରହ କରିଥିଲେ । ନଗସପୁର ପଞ୍ଚାୟତରେ ସରପଞ୍ଚ ପୁଷ୍ପଲତା ମଲିକ ଓ ଯୁବନେତା ବିଜ୍ଞାନ ମଲିକ, ସମିତିସଭ୍ୟ ଦେବେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଅର୍ପଣ ରଥ ୩ଦିନ ଧରି ପରିକ୍ରମା ହୋଇଥିଲା । ଏହି ବ୍ଲକର ୪୧ଗୋଟି ପଞ୍ଚାୟତରେ ଅର୍ପଣ ରଥ କାର୍ଯ୍ୟ ଶେଷ ହୋଇଥିଲା ବ୍ରହ୍ମକ୍ଷେତ୍ର ଜିଗ୍ନୀପୁର ବଳଦେବଜୀଉ ମନ୍ଦିରରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଅକ୍ଷତ ଓ ଗୁଆ ରଖାଯାଇଛି ଏବଂ କଟକ ସଦର ନିର୍ବାଚନ ମଣ୍ଡଳୀର ୧୪ଗୋଟି ପଞ୍ଚାୟତର ଅକ୍ଷତ ଓ ଗୁଆ ସାନ୍ତପୁର ପଞ୍ଚାୟତର ଦଧିବାମନ ଜୀଉ ମନ୍ଦିରରେ ସଂଗ୍ରହ କରି ରଖାଯାଇଛି ।

Mahamadpur Gp Re Ratha Gadila