Onn 3

ବିଦ୍ୟୁତ ସଂସ୍ୱର୍ଶରେ ଆସି ଯୁବକଙ୍କ ଗୋଡ଼ ପୋଡ଼ିଗଲା

State

ଆଗରପଡ଼ା:ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଆଦିବାସୀ ସାହୀର ରିକୁଟ ମୁଣ୍ଡାଙ୍କ ପୁଅ ସୂର୍ଯ୍ୟ ଛେଳି ପାଇଁ ଗଛରେ ଚଡି ପତ୍ର ଆଣୁଥିବା ବେଳେ ବିଦ୍ୟୁତ ସଂସ୍ୱର୍ଶରେ ଆସିବା ଫଳରେ ତାଙ୍କର ଦୁଇଟି ଗୋଡ଼ପୋଡ଼ି ଯାଇଛି । ସେ ବର୍ତ୍ତମାନ କଟକ ବଡ଼ ମେଡ଼ିକାଲରେ ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଧିନ ରହିଥିବାର ଜଣପଡ଼ିଛି ।

ଏହି ଗଛରେ ପୂର୍ବରୁ ଏଗାର କେଭି ବିଦ୍ୟୁତ ତାର ବନ୍ଧା ଯାଇଥିଲା । ବିଦ୍ୟୁତ ବିଭାଗ ର ଦାୟିତ୍ୱ ହୀନ କାର୍ଯ୍ୟକୁ ସମସ୍ତେ ନିନ୍ଦା କରିଛନ୍ତି । ଏହି ଘଟଣା ତଦନ୍ତ ସାପେକ୍ଷ ବୋଲି ମତାମତ ମାନ ମିଳୁଛି ।