Bdo Golamunda 750x430

ବନ୍ଧା ହେଲେ ଗୋଲାମୁଣ୍ଡା ବିଡିଓ

Crime State

ଭବାନୀପାଟଣା: ଲାଞ୍ଚ ନେବା ଭାରି ପଡିଲା । କାଲି ଧରାପଡିଥିଲେ । ଆଉ ଆଜି ବାନ୍ଧିଲା ଭିଜିଲାନ୍ସ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ଶୁକ୍ରବାର ଗିରଫ କରିଛି ଭିଜିଲାନ୍ସ । ଗୁରୁବାର ଅର୍ଥାତ୍ ଗତକାଲି ଅପରାହ୍ଣରେ ପ୍ରାୟ ୫ ଲକ୍ଷ ନଗଦ ଟଙ୍କା ସହ ଅଧାରାସ୍ତାରେ ମାଡିବସିଥିଲା ଭିଜିଲାନ୍ସ ।

ତେବେ ସୂଚନା ଅନୁଯାୟୀ, ଭବାନୀପାଟଣାରେ ଏକ ରିଭ୍ୟୁ ମିଟିଂ ସାରି ନିଜର ସହକର୍ମୀଙ୍କ ସହ କାରରେ ଫେରୁଥିବା ବେଳେ ୨୬ ନମ୍ୱର ଜାତୀୟ ରାଜପଥର ଜୁନାଗଡ଼ ବ୍ଲକ ଜାରିଂ ନିକଟରେ ଗୋଲାମୁଣ୍ଡା ବ୍ଲକ୍‌ ବିଡିଓ ଅକ୍ଷାମିତା କାର୍ତ୍ତିକଙ୍କୁ ଅଟକାଇଥିଲା ଭିଜିଲାନ୍ସ । ଯାଞ୍ଚ ବେଳେ ବିଡିଓଙ୍କ ଗାଡ଼ିରୁ ପାଖାପାଖି ୫ ଲକ୍ଷ ଟଙ୍କା ଜବତ କରାଯାଇଥିଲା । ହେଲେ ଏନେଇ ପଚରାଉଚରା କରାଯିବାରୁ ଟଙ୍କାର ହିସାବ ଦେଇପାରିନଥିଲେ ବିଡିଓ ମାଡାମ୍ । ଏହାପରେ ଉକ୍ତ ଟଙ୍କାଙ୍କୁ ଜବତ କରିବା ସହିତ ଭିଜିଲାନ୍ସର ୪ଟି ଟିମ୍‌ ବିଡିଓ ଘର, ଅଫିସ୍‌, ସରକାରୀ ଘର ଓ ଭୁବନେଶ୍ୱର ସ୍ଥିତ ଫ୍ଲାଟ୍‌ରେ ଚଢ଼ଉ ଆରମ୍ଭ କରିଥିଲା । ଆଉ ଆଜି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ।