Onn 3

ବରେହି ପାଣି ର ଉଚ୍ଚତା କୁ ନେଇ ଭ୍ରମାତ୍ମକ ତଥ୍ୟ ତୁରନ୍ତ ପରିବର୍ତ୍ତନ କରାଯାଉ : ଭଞ୍ଜସେନା

State

ବାରିପଦା: ଶିମିଳିପାଳ ସ୍ଥିତ ବରେହି ପାଣି ଜଳପ୍ରପାତ ନିଜର ସୁନ୍ଦରତା ପାଇଁ ଦେଶ ବିଦେଶ ରେ ପ୍ରସିଦ୍ଧି ଲାଭ କରିବା ସହ ଶିମିଳିପାଳ ପରିଦର୍ଶନ ରେ ଆସୁ ଥିବା ପର୍ଯ୍ୟଟକ ମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥାଏ । ଶିମିଳିପାଳ ର କେନ୍ଦ୍ରସ୍ଥଳ ରେ ଅବସ୍ଥିତ ଏହି ଜଳପ୍ରପାତଟି ର ଉଚ୍ଚତା ରହିଛି ୩୯୯ ମିଟର ଯାହାକୁ ସମଗ୍ର ଭାରତ ବର୍ଷ ରେ ଦ୍ୱିତୀୟ ଉଚ୍ଚତମ ଏବଂ ଓଡିଶା ର ଉଚ୍ଚତମ ଜଳପ୍ରପାତ ରୂପେ ଜଣାଶୁଣା । କିନ୍ତୁ କିଛି ମାସ ତଳେ ବରେହି ପାଣି ଜଳପ୍ରପାତ ନିକଟରେ ଓଡିଶା ସରକାର ଙ୍କର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ତରଫ ରୁ ଲଗା ଯାଇ ଥିବା ସୂଚନା ଫଳକ ରେ ଭୂଲ ତଥ୍ୟ ଦିଆ ଯାଇ ଥିଲେ । ସେଥିରେ ବରେହିପାଣି ର ଉଚ୍ଚତା ୨୧୭ ମିଟର ବୋଲି ଉଲ୍ଲେଖ କରା ଯାଇ ଥିଲା । ଏହା ଦେଖି ସ୍ଥାନୀୟ ବୁଦ୍ଧିଜୀବି ଏବଂ ପ୍ରକୃତିପ୍ରେମୀ ଙ୍କ ଦ୍ଵାରା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରା ଯିବାରୁ ଏହାକୁ ସଂଶୋଧନ କରି ୩୯୯ ମିଟର କରା ଯାଇ ଥିଲା । କିନ୍ତୁ ପର୍ଯ୍ୟଟକଙ୍କୁ ସୂଚନା ପ୍ରଦାନ ନିମନ୍ତେ ଶିମିଳିପାଳ ବନ ପ୍ରଶାସନ ଦ୍ୱାରା ଖୋଲା ଯାଇ ଥିବା ୱେବ ସାଇଟ ଶିମିଳିପାଳ. ଅଆରଜି (Similipal. Org) ରେ ଏବେ ମଧ୍ୟ ବରେହି ପାଣି ର ଉଚ୍ଚତା କୁ ନେଇ ପୂର୍ବ ରୁ ଭୁଲ ତଥ୍ୟ କୁ ହିଁ ପ୍ରସାରଣ କରା ଯାଉଛି । ଫଳ ରେ ଦେଶ ବିଦେଶ ର ପର୍ଯ୍ୟଟକ ମାନେ ବରେହି ପାଣି ସମ୍ବନ୍ଧରେ ଭୁଲ ତଥ୍ୟ ପାଉଛନ୍ତି ।

ଅନ୍ୟପକ୍ଷ ରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ର ସରକାରୀ ୱେବ ସାଇଟ ରେ ସେଠାକର ଖଣ୍ଡାଧାର ଜଳପ୍ରପାତ କୁ ଓଡିଶା ର ଉଚ୍ଚତମ ଜଳପ୍ରପାତ ରୂପେ ଅଭିହିତ କରି ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରୁଥିବା ଦେଖା ଯାଉଛି । ଏଭଳି ସ୍ଥିତି ରେ ପର୍ଯ୍ୟଟକ ମାନଙ୍କ ପାଖ କୁ ଶିମିଳିପାଳ ସମ୍ବନ୍ଧରେ ଭୁଲ ତଥ୍ୟ ପହଞ୍ଚିବା ସହ ଶିମିଳିପାଳ ର ଗୌରବ କ୍ଷୁର୍ଣ୍ଣ ହେଉଛି ବୋଲି ସ୍ଥାନୀୟ ବୁଦ୍ଧିଜୀବି , ପ୍ରକୃତିପ୍ରେମୀ ମାନେ ଅଭିଯୋଗ କରିଛନ୍ତି । ଯଥା ଶୀଘ୍ର ବିହିତ ପଦକ୍ଷେପ ନେଇ ପ୍ରଶାସନ ଏହାକୁ ସଠିକ କରିବା ପାଇଁ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଟ୍ୱିଟ ଯୋଗେ ଅବଗତ କରିଛନ୍ତି ବୋଲି ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି |