Onn 3

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ, ଜିଲ୍ଲା ଶାଖାର ଜରୁରୀ ବୈଠକ

State

ବାରିପଦା: ସ୍ଥାନୀୟ ଲାଲବଜାର ସ୍ଥିତ ପ୍ରାଥମିକ ଶିକ୍ଷକ ସଙ୍ଘ ଅଫିସରେ ନିଖିଳ ଉତ୍କଳ ଶିକ୍ଷକ ଫେଡେରେସନ, ମୟୁରଭଞ୍ଜ ଜିଲ୍ଲା ଶାଖାର ନେତୃତ୍ୱରେ ଜିଲ୍ଲା ଓ ବ୍ଲକର ସମସ୍ତ ବର୍ଗର ଶିକ୍ଷକ ସଙ୍ଘର କର୍ମକର୍ତ୍ତାଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲାଶାଖା ସଭାପତି ଆରତ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶିକ୍ଷକ ନେତା ସୁନୀଲ କୁମାର ବଳ, ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟ, ହରେକୃଷ୍ଣ ବାରିକ, ଯାମିନୀକାନ୍ତ ପଣ୍ଡା, ବଳରାମ ନାଥ, ସୋମନାଥ ସିଂହ, ରାଜେନ୍ଦ୍ର ମହାନ୍ତ, ଗଦାଧର ନାୟକ, ପ୍ରଦୀପ କୁମାର ନାଥ, ସିଦ୍ଧେଶ୍ୱର ମିଶ୍ର, ସୂର୍ଯ୍ୟକାନ୍ତ ସେଠି, ଭବେଶ ପାଣିଗ୍ରାହୀ, ବୀରେନ୍ଦ୍ର ମଢେଇ, ଶରତ ମହାନ୍ତ, ହରେନ୍ଦ୍ର ମହାନ୍ତ, ପ୍ରମୋଦ ମହାନ୍ତ, ଛବିଲତା ବାରିକ, ଶୀତଳ ମହାନ୍ତ, ଶୁଭ୍ରାଂଶୁ ମଙ୍ଗରାଜ, ଚନ୍ଦନ କୁମାର ସେଠି, ମିତ୍ରଭାନୁ ପାତ୍ର, ପ୍ରକାଶ ଚନ୍ଦ୍ର ମହାରଣା, ଦେବାଶିଷ ବାରିକ, ରାକେଶ ପ୍ରଧାନ, ଶିବ ନାରାୟଣ ମହାନ୍ତ ଓ ସଦାନନ୍ଦ ଦତ୍ତ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନରେ ରାଜ୍ୟ ଶାଖାର ନେତୃତ୍ୱରେ ତିନି ଦଫା ଦାବୀ ପୂରଣ ପାଇଁ ଚଳିତ ମାସ 16 ତାରିଖଠାରୁ ସମୂହ ଛୁଟିରେ ରହି ଆନ୍ଦୋଳନକୁ ସମ୍ପୂର୍ଣ ସଫଳ କରିବା ପାଇଁ ମତ ଦେଇଥିଲେ I

ଠିକା ପ୍ରଥା ଉଛେଦ କରି ଛଅ ବର୍ଷର ଠିକା ଅବଧିକୁ ମୂଳ ଚାକିରୀ ସହ ଯୋଡ଼ି ଛଅଟି ନଶନାଲ ଇନ୍କ୍ରିମେଣ୍ଟ ପ୍ରଦାନ, ନୂତନ ପେନସନ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନର ପୁନଃ ପ୍ରଚଳନ ଓ ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ନିଷ୍ପତ୍ତି ନିଆଗଲା I ଚଳିତ ମାସ ନଅ ତାରିଖ ଦିନ ବ୍ଲକ ସ୍ତରରେ ସମସ୍ତ ଶିକ୍ଷକ ପଦଯାତ୍ରା କରି ନିଜନିଜ ବ୍ଲକ ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିବାକୁ ଜିଲ୍ଲା ସମ୍ପାଦକ ବିମଳ କୁମାର ଆଚାର୍ଯ୍ୟ ସମସ୍ତ ବ୍ଲକ ନେତୃବୃନ୍ଦଙ୍କୁ ଆହ୍ୱାନ ଦେଇଛନ୍ତି I