କଟକ: କ୍ଷୀର ବେପାରରୁ ବନିଥିଲା ବନ୍ଧୁକ ମାଫିଆ । କଟକରେ ବେଆଇନ ବନ୍ଧୁକ କାରଖାନା ଠାବ ମାମଲାରେ ଏସଟିଏଫ୍ ଡିଆଇଜିଙ୍କ ପ୍ରେସମିଟ୍ । ଘଟଣାରେ ଏଯାବତ୍ ୪ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ଘର ମାଲିକ ସହ ୪ ଜଣ ଗିରଫ ହୋଇଛନ୍ତି । ଘର ମାଲିକ ଜାଣତରେ ଚାଲିଥିଲା ବନ୍ଧୁକ ବେପାର । ଘର ମାଲିକ କଞ୍ଚାମାଲ ଯୋଗାଉ ଥିଲେ । ମୁଙ୍ଗେର ମିସ୍ତ୍ରୀ ଆସି ତିଆରି କରୁଥିଲା ବନ୍ଧୁକ । ମୁଙ୍ଗେର ସହ ଲିଙ୍କ ନେଇ ଅଧିକ ଖୋଳତାଡ଼ କରିବ ଏସଟିଫ୍ । ଏହାର ଅଧିକ ତଦନ୍ତ ପାଇଁ ରାଜ୍ୟ ବାହାରକୁ ଯିବ ଏସଟିଫଏ୍ ।
ଡିଆଇଜି ଆହୁରି କହିଛନ୍ତି ଯେ, ଗିରଫ ସମସ୍ତ ଅଭିଯୁକ୍ତ ରାଜ୍ୟ ବାହାରର । ଘର ମାଲିକ କଞ୍ଚା ମାଲ୍ ଯୋଗାଉ ଥିଲେ । ସେହିପରି ଗିରଫ ଅନ୍ୟ ୩ ଜଣ ବନ୍ଧୁକ ତିଆରି କରିବାରେ ସିଦ୍ଧହସ୍ତ ଥିଲେ । ଘର ମାଲିକ କିଛି ବର୍ଷ ପୂର୍ବରୁ ଆସି ବୟାଳିଶ ମୌଜାରେ ରହୁଥିଲା । ଉତ୍ତର ପ୍ରଦେଶରୁ ଆସି ଏଠାରେ କ୍ଷୀର ବେପାର କରୁଥିଲା ବୋଲି କହିଛନ୍ତି ଡିଆଇଜି ।
ସୂଚନାଯୋଗ୍ୟ, କଟକ ବୟାଳିଶ ମୌଜାରୁ ଗତକାଲି ବେଆଇନ ବନ୍ଧୁକ କାରଖାନା ଠାବ କରିଥିଲା ଏସଟିଏଫ୍। ବୟାଳିଶ ମୌଜାର ଧୂଳେଶ୍ଵର ଗାଁରେ ଚାଲିଥିଲା ଏହି ବେଆଇନ ବନ୍ଧୁକ ତିଆରି କାରଖାନା। ଶରତ ଚନ୍ଦ୍ର ଯାଦବ ନାମକ ବ୍ୟକ୍ତିଙ୍କ ଘରେ ଦୀର୍ଘ ଦିନ ଚାଲିଥିଲା ଏହି କାରଖାନା । କାରଖାନାରୁ ବନ୍ଧୁକ ତିଆରି ମେସିନ ସହିତ ଅନେକ ଯନ୍ତ୍ରପାତି ଜବତ କରାଯାଇଥିଲା । ବନ୍ଧୁକ ତିଆରି ପାଇଁ ବିହାରରୁ ଆସୁଥିଲା କଞ୍ଚାମାଲ। ବନ୍ଧୁକ ତିଆରିରେ ଲାଗିଥିଲେ ବିହାରର ଲୋକ। ୩ଜଣ ବିହାରୀ କାରିଗରଙ୍କ ସହ ୩୦ରୁ ଅଧିକ ବନ୍ଧୁକ ସହିତ ଅନେକ ମେସିନ ଜବତ କରିଥିଲା ଏସଟିଏଫ୍। ଘଟଣାରେ ୪ ଜଣଙ୍କୁ ଗିରଫ କରିଥିଲା ଏସଟିଏଫ୍ ।