Onn 3

ସରିଲା ମରାମତି, ବାହାନଗା ବଜାର ଷ୍ଟେସନ୍‌ ଦେଇ ଗଡ଼ିଲା ଟ୍ରେନ୍‌

State

୫୧ ଘଣ୍ଟାର ନନଷ୍ଟପ୍‌ ପୁନରୁଦ୍ଧାର କାମ । ଶେଷରେ ଦୁର୍ଘଟଣାଗ୍ରସ୍ତ ବାହାନଗା ବଜାର ଷ୍ଟେସନ୍‌ ଦେଇ ଗଡ଼ିଲା ଟ୍ରେନ୍‌ । ଗତକାଲି ରାତିରେ ପୁରୀକ୍ଷାମୂଳକ ଭାବରେ ମାଲଗାଡ଼ି ଗଡ଼ିଥିଲା । ଆଜି ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନ୍‌ ଚଳାଚଳ କରିଛି । ଏପରିକି ବନ୍ଦେ ଭାରତ ଏକ୍ସପ୍ରେସ ବି ଏହି ରୁଟରେ ଚଳାଚଳ କରିଛି ।

ନିର୍ଦ୍ଧାରିତ ଗତିଠାରୁ କମ୍‌ ବେଗରେ ଚଳାଚଳ କରୁଛି ଟ୍ରେନ୍‌ । ଦୁର୍ଘଟଣାର ୫୧ ଘଣ୍ଟା ପରେ ଟ୍ରାକ୍‌ ମରାମତି କରାଯାଇଛି । ପ୍ରଥମେ ଡାଉନ୍‌ ଲାଇନ୍‌ ଓ ପରେ ଅପ୍‌ ଲାଇନ୍‌ ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ ଶେଷ ହୋଇଥିଲା । ଏହାପରେ ପରୀକ୍ଷା ମୂଳକ ଭାବରେ ପ୍ରଥମେ ଗଡ଼ିଥିଲା ମାଲ୍‌ବାହୀ ଟ୍ରେନ୍‌ ।

ଏହି ସମୟରେ ଉପସ୍ଥିତ ଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବୁଧବାର ସକାଳ ସୁଦ୍ଧା ଉଭୟ ଲାଇନରେ ରେଳ ଚଳାଚଳକୁ ସ୍ୱାଭାବିକ କରିବା ପାଇଁ ଜୋରଦାର କାମ ଚାଲିଛି । ନିଜେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାସ୍ଥଳରେ ଉପସ୍ଥିତ ରହି ପୁନରୁଦ୍ଧାର କାମର ତଦାରଖ କରୁଛନ୍ତି । ପୁନରୁଦ୍ଧାର କାମରେ ଲାଗିଛନ୍ତି ହଜାରେରୁ ଅଧିକ କର୍ମଚାରୀ ଓ ଶ୍ରମିକ । ଦୁର୍ଘଟଣା ପରେ ବହୁ ବିଦ୍ୟୁତ ଖୁଣ୍ଟ ଭାଙ୍ଗିବା ସହ ରେଳ ଧାରଣା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା ।