Onn 3

ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

State

ବାରିପଦା: ୩୧ତମ ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସ ଜିଲ୍ଲାସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶରତଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ବିଷୟବସ୍ତୁ ହେଉଛି “ସ୍ୱାସ୍ଥ୍ୟ ଓ ସୁସ୍ଥତା ସକାଶେ ଆମ ପରିସଂସ୍ଥାକୁ ଜାଣିବା” । ଉପବିଷୟବସ୍ତୁ ଗୁଡିକ ହେଉଛି “ଆମେ ପରିସଂସ୍ଥାକୁ ଜାଣିବା”, ସ୍ୱାସ୍ଥ୍ୟ , ପୁଷ୍ଟି ଓ ସୁସ୍ଥତୟା ସକାଶେ ପ୍ରୋତ୍ସାହନ/ ବିକାଶ ଦିଗରେ ପଦକ୍ଷେପ “ପରିସଂସ୍ଥା ଓ ସୁସ୍ଥତା ସକାଶେ ସାମାଜିକ ଓ ସାଂସ୍କୃତିକ ଅଭ୍ୟାସ/ ଚଳଣି”, “ଆତ୍ମନିର୍ଭରଶୀଳତା ସକାଶେ ପରିସଂସ୍ଥା ସମ୍ବଳିତ ଉଦ୍ୟମ/ ପ୍ରୟାସ,”, “ପରିସଂସ୍ଥା ଓ ସ୍ୱାସ୍ଥ୍ୟ ସକାଶେ ନୂତନ/ ନବ ପ୍ରଯୁକ୍ତ ବିଦ୍ୟା”ା ଜିଲ୍ଲା ସଂଯୋଜକ ତଥା ରଘୁନାଥ ଉଚ୍ଚ ବିଦ୍ୟାଳୟ ରାଇକମାର ପ୍ରଧାନ ଶିକ୍ଷକ ଅଜିତ କୁମାର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତଏହି ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ କିପରି ଚଳିତ ବର୍ଷ ଅଧିକ ପ୍ରକଳ୍ପ ପ୍ରସ୍ତୁତ ହୋଇ ପାରିବ ସେ ବିଷୟରେ ଗୁରୁତ୍ୱାରୋପ କରିଥିଲେ ।

ସରକାରୀ ଉଚ୍ଚ ବିଦ୍ୟାଳୟ, କଣ୍ଟାପାଳର ପ୍ରଧାନ ଶିକ୍ଷକ ଅମିତାଭ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜିଲ୍ଲା ଶି÷କ୍ଷକ ସଂଯୋଜକ ବସନ୍ତ କୁମାର ଦେତ୍ତ ସ୍ୱାଗତ ଭାଷଣ ଦେଇଥିଲେ । ସରକାରୀ ଉଚ୍ଚ ବିଦ୍ୟାଳୟ ଭଣ୍ଡଗାର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜ୍ୟୋସ୍ନାରାଣୀ ମହାପାତ୍ରଙ୍କ ପ୍ରତ୍ୟେକ୍ଷ୍ୟ ତତ୍ୱାବଧାନରେ ସାଧନ କର୍ମୀ ଭାବେ ପୂର୍ବତନ ବିଜ୍ଞାନ ପରିଦର୍ଶକ ଜଗନ୍ନାଥ ସାହୁ, ବିଜ୍ଞାନ ନୟନ କୁମାର ଗିରି ପ୍ରମୁଖ ଯୋଗଦେଇଥିଲେ । ଏଥିରେ ଜିଲାର ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇଥିଲେ ।