Onn 3

ସତ୍ୟବାଦୀରେ ୫ଟି ସଚିବ ଭିକେ ପାଣ୍ଡିଆାନଙ୍କୁ କାଳିମାଡ; ଜଣେ ଗିରଫ

State

IMG-20230819-WA0024

ପୁରୀ: ସାକ୍ଷୀଗୋପାଳ କଲେଜରେ ୫-ଟି ସଚିବଙ୍କୁ କାଳିମାଡ । ପୁରୀ ଜିଲ୍ଲା ଗସ୍ତରେ ଯାଇଥିବା ୫ଟି ସଚିବ ଭିକେ ପାଣ୍ଡିଆାନଙ୍କୁ ଉପରକୁ ସତ୍ୟବାଦୀସ୍ଥିତ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିସରରେ କାଳିମାଡ ହୋଇଛି । ସଚିବ ଉକ୍ତ କଲେଜରେ ଆୟାେଜିତ ଏକ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ତାଙ୍କ ଉପରେ କାଳିମାଡ ହୋଇଛି ।

ପୋଲିସ କାଳିମାଡ କରିଥିବା ବ୍ୟକ୍ତିଙ୍କୁ ତୁରନ୍ତ ନିଜ ହେପାଜତକୁ ନେଇଥିଲା । ପରେ ତାଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ସଚିବଙ୍କ ମୁହଁକୁ କାଳି ଫିଙ୍ଗିଥିବା ଦେଖିବାକୁ ମିଳିଛି । କେବଳ ୫-ଟି ସଚିବ ନୁହେଁ ଜିଲ୍ଲାପାଳଙ୍କ ମୁହଁରେ ମଧ୍ୟ କାଳି ପଡିଛି ।

ସୂଚନାଥାଉ କି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ଗତକାଲି ୨ ଦିନିଆ ପୁରୀ ଗସ୍ତରେ ଯାଇଥିଲେ । ଗତକାଲି ପୁରୀରେ କାର୍ଯ୍ୟକ୍ରମ ସାରିବା ପରେ ଆଜି ସତ୍ୟବାଦୀ ଯାଇଥିଲେ ।


Post Views: 6