Odisha Weather 750x430

ଘନ କୁହୁଡି ନେଇ ୩ ଜିଲ୍ଲାକୁ ଆଲର୍ଟ

State

ଭୁବନେଶ୍ୱର: ରାଜ୍ୟରେ ଏବେ ଶୀତର ପ୍ରକୋପ ଧୀରେ ଧୀରେ ବଢିବାରେ ଲାଗିଛି । ଚାରିଆଡେ ସକାଳ ସମୟରେ ଘନ କୁହୁଡି ମଧ୍ୟ ଦେଖିବାକୁ ମିଳୁଛି । ଆଗାମୀ ୫ ଦିନ ପାଇଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ହେଲେ ଆସନ୍ତା ୨୭ରେ ୪ଟି ଜିଲ୍ଲାରେ ବର୍ଷା ହେବାନେଇ ପୂର୍ବନୁମାନ କରିଛି ପାଣିପାଗ ବିଭାଗ । ସେହି ଚାରିଗୋଟି ଜିଲ୍ଲା ଗୁଡିକ ହେଲା ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ପୁରୀ । ଏହି ଜିଲ୍ଲାଗୁଡ଼ିକରେ ଗୋଟିଏ ରୁ ଦୁଇଟି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ ।

ଅନ୍ୟପଟେ ତାପରଦିନ ଅର୍ଥାତ୍ ୨୮ତାରିଖରେ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାଗୁଡ଼ିକରେ ଗୋଟିଏ ରୁ ଦୁଇଟି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି । ତେବେ ଆଗାମୀ ୫ ଦିନ ପାଇଁ କୌଣସି ଚେତାବନୀ ନାହିଁ ।

ଅନ୍ୟପଟେ, ଶୁକ୍ରବାର ଘନ କୁହୁଡ଼ି ନେଇ ଏସଆରସି ସତର୍କ କରାଇଛନ୍ତି । ୩ ଜିଲ୍ଲା ସୁନ୍ଦରଗଡ଼, କଳାହାଣ୍ଡି ଓ କନ୍ଧମାଳରେ ଘନ କୁହୁଡ଼ି ଦେଖାଯିବା ନେଇ ଆଲର୍ଟ କରାଯାଇଛି । ଶୁକ୍ରବାର ରାତି ଓ ଶନିବାର ସକାଳ ଓ ରାତିରେ ଘନ କୁହୁଡ଼ି ସମ୍ଭାବନା ରହିଛି । ଏଙି ସମୟରେ ଦୁର୍ଘଟଣା ରୋକିବାକୁ ପଦକ୍ଷେପ ପାଇଁ ପରାମର୍ଶ ଦିଆଯାଇଛି ।