Onn 3

ଆଗାମୀ ନିର୍ବାଚନରେ ବିଜେପି-ବିଜେଡି ମେଣ୍ଟକୁ ଖଣ୍ଡନ କଲେ ଆଉ ଜଣେ କେନ୍ଦ୍ରମନ୍ତ୍ରୀ

State

[ad_1]

arjun-munda

ଭୁବନେଶ୍ୱର: ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟକୁ ନେଇ ତେଜିଛି ରାଜନୀତି । ଭୁବନେଶ୍ୱରରୁ ଦିଲ୍ଲୀ ସବୁଠି ବିଜେଡି-ବିଜେପି ମେଳି  ଦେଖିବା ପରେ  ଆଗାମୀ ନିର୍ବାଚନରେ ଦୁଇଦଳ ମେଣ୍ଟ କରିବା ଚର୍ଚ୍ଚା ଜୋର ଧରିଛି । ତେବେ ଏହାକୁ  ବିଜେପି ପକ୍ଷରୁ ବାରମ୍ବାର ଖଣ୍ଡନ କରାଯାଉଛି । ପୂର୍ବରୁ କେନ୍ଦ୍ର କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦର ଯାଦବ ବିଜେଡି-ବିଜେପି ମେଣ୍ଟକୁ ସିଧାସିଧା ଖଣ୍ଡନ କରିଥିବାବେଳେ ଏବେ ମୁହଁ ଖୋଲିଛନ୍ତି ଆଉଜଣେ କେନ୍ଦ୍ରମନ୍ତ୍ରୀ ।

କେନ୍ଦ୍ର ଆଦିବାସୀ ବିଭାଗ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ରବିବାର ବିଜେପି-ବିଜେଡି ମେଣ୍ଟ ନେଇ କହିଛନ୍ତି, ବିଜୁ ଜନତା ଦଳ ସହ ବିଜେପି ଆଗାମୀ ନିର୍ବଚନାରେ ମେଣ୍ଟ କରିବ ନାହିଁ । ଓଡ଼ିଶାରେ ବିଜେପି ଏକାଏକା ନିର୍ବାଚନ ଲଢିବ । ଭୁବନେଶ୍ୱର ଗସ୍ତରେ ଆସିଥିବା ମୁଣ୍ଡା ସାମ୍ବାଦିକମାନଙ୍କୁ ଏକ ସାକ୍ଷାତ ଦେଇ କହିଛନ୍ତି, ରାଜ୍ୟରେ ବିଜେଡି-ବିଜେପି ଏକାଠି  ନିର୍ବାଚନ ଲଢିବାର ପ୍ରଶ୍ନ ଉଠୁ ନାହିଁ । ନିକଟ ଭବିଷ୍ୟତରେ ଏହି ଦୁଇ ଦଳ କୌଣସି ପ୍ରକାର ମେଣ୍ଟ କରିବାର ସମ୍ଭାବନା ନାହିଁ ।

ମୁଣ୍ଡା କହିଥିଲେ,ବିଜେପି ଓଡ଼ିଶାରେ ଏକା ଏକା  ଲଢିବ । ଏଥିପାଇଁ ବିଜଡି କିମ୍ବା ଅନ୍ୟ କୌଣସି ଦଳ ସହ ମେଣ୍ଟ କରିବ ନାହିଁ । ମୁଣ୍ଡା କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ଦ୍ରୁତ ବିକାଶ ଚାହୁଛନ୍ତି । ରାଜ୍ୟରେ ଯେଉଁ ଦଳ କ୍ଷମତାକୁ ଆସୁ ନା କାହିଁକି  କେନ୍ଦ୍ର  ସହଯୋଗ ଭିତ୍ତିରେ କାମ କରିବାକୁ ଚାହେଁ । ବିଜେପି ପ୍ରତି ଜନସମର୍ଥନ ରହିଛି ଏବଂ ଆଗାମୀ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା ।

ବିଜେପି-ବିଜେଡି ମେଣ୍ଟ ନେଇ ଖାଲି କେନ୍ଦ୍ରମନ୍ତ୍ରୀ ନୁହେଁ, ରାଜ୍ୟ ନେତାମାନେ ବି ସମାନ ମନ୍ତବ୍ୟ ରଖିଛନ୍ତି ।ପୂର୍ବରୁ ରାଜ୍ୟ ବିଜେପି ସଭାପତି  ମନମୋହନ ସାମଲ  ଓଡ଼ିଶାରେ ଆସନ୍ତା ନିର୍ବାଚନରେ ​​ସମସ୍ତ ୧୪୭ ବିଧାନସଭା ଆସନ ଏବଂ ୨୧ ଟି ଲୋକସଭା ଆସନରେ ଏକାକୀ ଲଢିବ ବୋଲି କହିଥିଲେ । ଏପରିକି ଯଦି ନିର୍ବାଚନ ଆଗୁଆ ହେବ ତେବେ ବିଜେପି ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି । ଆଗାମୀ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଏକ ସର୍ଭେରୁ ଜଣାଯାଇଥିବା କହିଥିଲେ ରାଜ୍ୟ ବିଜେପି ସଭାପତି ।

ସେହିପରି ବିଜେପି ନେତା ମୁନା ଖାନ ମଧ୍ୟ ବିଜେଡି ସହ ବିଜେପି ମେଣ୍ଟକୁ ଅସ୍ୱୀକାର କରିଛନ୍ତି । ୨୦୦୯ରୁ ବିଜେପି ଏକାକୀ ନିର୍ବାଚନ ଲଢି ଆସୁଛି ଏବଂ ଲଢିବ ବୋଲି ସେ କହିଛନ୍ତି ।

[ad_2]