Onn 3

ଏଣିକି ଟ୍ରାଫିକ ପୁଲିସଙ୍କୁ ମିଳିବ ଏସି ହେଲମେଟ

National & International

[ad_1]

ac

ଅହମଦାବାଦ: ଆପଣ ଅନେକ ସମୟରେ ଦେଖିଥିବେ ଯେ ପ୍ରବଳ ଖରା ସତ୍ତ୍ୱେ ଟୋପିଟିଏ ପିନ୍ଧି ଟ୍ରାଫିକ ଛକମାନଙ୍କରେ ଟ୍ରାଫିକ ପୁଲିସମାନେ ଡ୍ୟୁଟି କରିଥାନ୍ତି | ପ୍ରବଳ ଗରମ ସତ୍ତ୍ୱେ ଟ୍ରାଫିକ ପୁଲିସମାନେ ବହୁ କଷ୍ଟରେ ଡ୍ୟୁଟି କରିଥାନ୍ତି | ତେବେ ବର୍ତ୍ତମାନ ଗୁଜୁରାଟ ପୁଲିସ ପକ୍ଷରୁ ଟ୍ରାଫିକ ପୁଲିସମାନଙ୍କ ପାଇଁ ପରୀକ୍ଷାମୂଳକ ଭାବେ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ହାତକୁ ନିଆଯାଇଛି | ବାସ୍ତବରେ ଗୁଜୁରାଟ ପୁଲିସ ପକ୍ଷରୁ ଟ୍ରାଫିକ ପୁଲିସ କର୍ମଚାରୀଙ୍କୁ ଏସି ହେଲମେଟ ଯୋଗାଇଦିଆଯାଇଛି |
ପ୍ରଥମ ପଦକ୍ଷେପ ସ୍ୱରୂପ କିଛି ଟ୍ରାଫିକ ପୁଲିସଙ୍କୁ ବର୍ତ୍ତମାନ ଏଭଳି ହେଲମେଟ ଦିଆଯାଇଛି | ଅହମଦାବାଦରେ ଡ୍ୟୁଟିରେ ଥିବାବେଳେ କିଛି ପୁଲିସ କର୍ମଚାରୀ ଏସି ହେଲମେଟ ପିନ୍ଧିଥିବାର ନଜର ଆସିଥିଲେ। ବାସ୍ତବରେ ଟ୍ରାଫିକ ପୁଲିସମାନଙ୍କୁ ସାଧାରଣତଃ ବର୍ଷା ଦିନରେ ରେନକୋଟ ଏବଂ ଶୀତଦିନେ ଜ୍ୟାକେଟ ଯୋଗାଇ ଦିଆଯାଏ | କିନ୍ତୁ ଗ୍ରୀଷ୍ମ ୠତୁରେ ପୁଲିସ୍ କର୍ମଚାରୀଙ୍କୁ ନିର୍ଦ୍ଧୁମ ଖରାରେ ବି ଡ୍ୟୁଟି କରିବାକୁ ପଡେ | ତେବେ ଏସବୁକୁ ନଜରରେ ରଖି ଏସି ହେଲମେଟ ଯୋଗାଇ ଦିଆଯାଇଛି | ଏହା ଦ୍ୱାରା ଟ୍ରାଫିକ ପୁଲିସ୍ କର୍ମଚାରୀମାନେ ଅତ୍ୟଧିକ ଉତ୍ତାପରେ ମଧ୍ୟ ନିଜ କର୍ତ୍ତବ୍ୟକୁ ଭଲ ଭାବରେ କରିପାରୁଛନ୍ତି |

ଏହି ହେଲମେଟର ଡିଜାଇନ୍ ସାଧାରଣ ହେଲମେଟ ସହିତ ସମାନ, କିନ୍ତୁ ଏହା ଭିତରେ ଏକ ଫ୍ୟାନ୍ ଅଛି ଯାହା ଏସି ପରି ଥଣ୍ଡା ପବନ ଦେଇଥାଏ | ଥରେ ହେଲମେଟ ଚାର୍ଜ ହେବା ପରେ ଏହାକୁ ଅନେକ ଘଣ୍ଟା ପାଇଁ ବ୍ୟବହାର କରାଯାଇପାରିବ | ଏହି ପରୀକ୍ଷଣ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି | ଏହା କର୍ମଚାରୀଙ୍କ ପାଇଁ କେତେ ଉପଯୋଗୀ ହେବ, ଏନେଇ ଏବେ ଅନୁଧ୍ୟାନ କରାଯାଉଛି |

[ad_2]