Onn 3

ଜନ୍ମମାଟିରେ ଆସନ୍ତାକାଲି ସକାଳେ ପହଞ୍ଚିବ ସହିଦଙ୍କ ମରଶରୀର; ଗାଁ ମଶାଣିରେ ହେବ ଶେଷକୃତ୍ୟ

National & International

[ad_1]

Collage-Maker-13-Aug-2023-05-27-PM-4725-750x430

ବରଗଡ଼: ଜନ୍ମମାଟିରେ ପହଞ୍ଚିବ ବୀର ଯବାନଙ୍କ ମୃତଦେହ । ଗାଁ ମାଟିରେ ହେବ ଶେଷକୃତ୍ୟ । ଯେଉଁ ମାଟି ମା’ର କୋଳରେ ଖେଳିିଥିଲେ, ବଢିଥିଲେ ତାରି କୋଳରେ ସବୁଦିନ ପାଇଁ ନିଶ୍ଚିହ୍ନ ହୋଇଯିବେ । ସୋମବାର ବରଗଡ  ଜିଲ୍ଲା ଭେଡେନ ବ୍ଳକ ଅନ୍ତର୍ଗତ ବାଘପାଲି ଗ୍ରାମରେ ପହଞ୍ଚିବ ସହିଦ ଯବାନ ନୀଳାଞ୍ଚଳ ପଟେଲଙ୍କ ମରଶରୀର ।

ଆସାମ ରାଇଫଲସରେ କାର୍ଯ୍ୟରତ ବୀର ଯବାନ ନୀଳାଞ୍ଚଳ  ସହିଦ ହୋଇ ଯାଇଛନ୍ତି। ଏହି ଖବର ପହଞ୍ଚିବା ପରେ ଗାଁରେ ଶାେକର ଛାଇ ଖେଳି ଯାଇଛି । ମାଟିରୁ ଆକାଶ ସବୁଆଡ ଥମଥମ । ଯେମିତି ଯୋଗ୍ୟ ସନ୍ତାନକୁ ହରାଇବାର ଦୁଃଖରେ ସମସ୍ତେ କାନ୍ଦୁଛନ୍ତି । କୁନି କୁନି ଦୁଇ ଝିଅ କିଛି ବୁଝି ପାରୁ ନ ଥିଲେ ହେଁ ବାପା ଆଉ ଫେରିବେନି ଏକଥା ବୁଝି ପାରିଛନ୍ତି । କାନ୍ଦି କାନ୍ଦି ଲୁହ ଶୁଖିଗଲାଣି । ଶୁଖିଲା ମୁହଁ ଆଉ ନିରସ ଆଖିରେ ବାପାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି । ସ୍ତ୍ରଙ୍କ ଅବସ୍ଥା ବି ସେମିତି। ଆଗରେ ଲମ୍ବା ରାସ୍ତା । କୁନି କୁନି ଚାରୋଟି କଅଁଳିଆ ହାତ ଧରି କେମିତି ବାଟ ଚାଲିବେ ଭାବିପାରୁ ନାହାନ୍ତି ।

ନୀଳାଞ୍ଚଳ ୨୦୦୪ରେ ଆସାମ ରାଇଫଲ୍ସରେ ଯୋଗ ଦେଇଥିଲେ  । ସେ ମଣିପୁର ଠାରେ କାର୍ଯ୍ୟରତ ଥିଲେ l  ସେଠାରେ ପାର୍ଟ୍ରାେଲିଂ  ସମୟରେ ଏକ ଦୁର୍ଘଟଣାରେ ସହିଦ ହୋଇ ଯାଇଛନ୍ତି ।  ଶନିବାର ମଣିପୁରଠାରେ ଅନ୍ୟ ଯବାନଙ୍କ ସହ ପାଟ୍ରୋଲିଂ କରୁଥିଲେ ନୀଳାଞ୍ଚଳ । ତେବେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ନୀଳାଞ୍ଚଳଙ୍କ  ମୃତ୍ୟୁ ଘଟିଛି । ସୋମବାର ଭୋର ସକାଳୁ ତାଙ୍କ ମରଶରୀର ବାଘପାଳି ଗାଁରେ ପହଞ୍ଚିବା ପରେ ଅନ୍ତ୍ୟେଷ୍ଟି କ୍ରିୟା ସଂପନ୍ନ ହେବ ବୋଲି ଜଣାପଡିଛି।

ନୀଳାଞ୍ଚଳ ବାଘପାଲି ଗ୍ରାମର ଆଦି ପଟେଲ ଏବଂ ଗୁରୁବାରୀ ପଟେଲଙ୍କ ପୁଅ। ନୀଳାଚଳ ତାଙ୍କର କୁନି କୁନି ଦୁଇ ଝିଅ ଓ ସ୍ତ୍ରୀଙ୍କୁ ଛାଡ଼ି ଚାଲିଯାଇଛନ୍ତି  । ତେବେ ତାଙ୍କର ମରଶରୀରକୁ ଆକାଶ ମାର୍ଗରେ ମଣିପୁରରୁ କଲିକତାକୁ ଅଣାଯିବ ଏବଂ କଲିକତାରୁ ସଡ଼କ ପଥରେ ବରଗଡ଼ ଜିଲ୍ଲା ଭେଡେନ ବ୍ଲକର ବାଘପାଳି ଗ୍ରାମକୁ ଆସନ୍ତାକାଲି ସକାଳ ସୁଦ୍ଧା ପହଞ୍ଚିବ ବୋଲି ଜଣାପଡ଼ିଛି  ।

[ad_2]