Onn 3

ଭୁବନେଶ୍ବରରେ ଉଦଘାଟନ ହେଲା ପ୍ରଥମ ସିଏନଜି ବା ପ୍ରାକୃତିକ ଗ୍ଯାସ ଆଧାରିତ ଶବଦାହ କେନ୍ଦ୍ର

State

ଭୁବନେଶ୍ବର: ଭୁବନେଶ୍ବରରେ ଉଦଘାଟନ ହେଲା ପ୍ରଥମ ସିଏନଜି ବା ପ୍ରାକୃତିକ ଗ୍ଯାସ ଆଧାରିତ ଶବଦାହ କେନ୍ଦ୍ର। ଏଣିକି ଆଉ କାଠ ଦରକାର ହେବନି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଂସଦ ଅପରାଜିତ ଷଡଙ୍ଗୀ ଏହି ଶବାଦାହ କେନ୍ଦ୍ରକୁ ଉଦଘାଟନ କରିଛନ୍ତି। ୧୬ କୋଟି ବ୍ୟୟରେ ଭୁବନେଶ୍ବର ଓ କଟକରେ ଗେଲ ୩ ଟି ପ୍ରାକୃତିକ ଗ୍ଯାସ ଆଧାରିତ ଶବଦାହ କେନ୍ଦ୍ର ନିର୍ମାଣ କରୁଥିବା ବେଳେ ଅଜି ପ୍ରଥମେ ଖଣ୍ଡଗିରି ସ୍ଥିତ ଧର୍ମବିହାର ଶ୍ମସାନ ଠାରେ ଏହାକୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ।

ଆଗକୁ ଆଇଗିଣିଆ ଏବଂ ପରେ କଟକ ଖାନ୍ ନଗରରେ ମଧ୍ୟ ଉଦଘାଟନ କରାଯିବ। ଏଥିରେ ଶବଦାହ ବ୍ୟବସ୍ଥା ଶୁଦ୍ଧ ଇନ୍ଧନକୁ ପ୍ରୋତ୍ସାହିତ କରିବା ସହ ବାୟୁମଣ୍ଡଳ ମାନରେ ସୁଧାର ଏବଂ ଅଙ୍ଗାରକ ନିଗର୍ମନ ହ୍ରାସ କରିବ। ଧରମବିହାର ଠାରେ ଉଦଘାଟିତ ଶବ ଦାହ କେନ୍ଦ୍ରରେ ୨ଟି ଚୁଳ୍ଳା ରହିଛି। ସିଏନଜି ମଧ୍ୟରେ ଗୋଟିଏ ମୃତଦେହକୁ ଦାହ କରିବାକୁ ଘଣ୍ଟାଏ ସମୟ ଳାଗିବ। ତେବେ ଉଦଘାଟନ ପରେ ଏହାର ରକ୍ଷାଣ ବେକ୍ଷଣ ପାଇଁ ବିଏମସିକୁ ଦାୟୀତ୍ୱ ଦିଆଯାଇଛି। ଉଦଘାଟନୀ ସଭାରେ ମେୟରଙ୍କୁ ନିମନ୍ତ୍ରଣ ଥିଲେ ମଧ୍ୟ ସେ ଯୋଗ ଦେଇ ନଥିବାରୁ ଅପରାଜିତା ତାଙ୍କୁ ଟାର୍ଗେଟ କରିଥିବା ବେଳେ ଶବଦାହ କେନ୍ଦ୍ରର ଚାବିକୁ ସ୍ଥାନୀୟ କର୍ପୋରେଟରଙ୍କୁ ହସ୍ତାନ୍ତର କରାଯାଇଛି।