Onn 3

ମୋକିମଙ୍କ ସଭ୍ୟପଦ ରଦ୍ଦ ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ

Politics State

କଟକ: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି । ସଭ୍ୟପଦ ରଦ୍ଦ ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ଦାୟର ଜନସ୍ୱାର୍ଥ ମାମଲାକୁ ଅଗ୍ରାହ୍ୟ କରିଛନ୍ତି  ।  ଏ ନେଇ ଜନସ୍ବାର୍ଥ ମାମଲା  ଦାୟର କରିଥିଲେ ଡାକ୍ତର ରବିରଞ୍ଜନ ସାହୁ । ଓଏଚଆରଡିସି ଋଣ ଦୁର୍ନୀତି ମାମଲାରେ ହାଇକୋର୍ଟରେ ଦାୟର ହୋଇଥିବା ଜନସ୍ବାର୍ଥ ମାମଲା ଆଗ୍ରାହ୍ୟ ହୋଇଛି  । ହାଇକୋର୍ଟ କହିଛନ୍ତି ଜନସ୍ୱାର୍ଥ ମାମଲାକୁ ହତିଆରି ଭାବେ ବ୍ୟବହାର କରି ହେବନାହିଁ । ଏଭଳି ମାମଲା ଜନସ୍ୱାର୍ଥ ଭାବେ ଗ୍ରହଣୀୟ ନୁହେଁ । ବିଧାୟକ ଏବଂ ସାଂସଦଙ୍କ ମାମଲା ଶୁଣାଣି ପାଇଁ ହାଇକୋର୍ଟରେ ସ୍ୱତନ୍ତ୍ର ଖଣ୍ଡପୀଠ ରହିଛି ।

ସେହି ଖଣ୍ଡପୀଠରେ ସେଭଳି ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ । ହାଇକୋର୍ଟରେ ମହମ୍ମଦ ମୋକିମଙ୍କ ବିରୋଧରେ ଡାକ୍ତର ରବି ରଞ୍ଜନ ସାହୁଙ୍କ ପକ୍ଷରୁ ରୁଜ୍ଜୁ ହୋଇଥିଲା ଏହି ଜନସ୍ୱାର୍ଥ ମାମଲା । ଭିଜିଲାନ୍ସ ମାମଲାର ତ୍ୱରିତ ଶୁଣାଣି ପାଇଁ ହୋଇଥିଲା ପ୍ରାର୍ଥନା । ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଦେଲେ ଏହି ନିର୍ଦ୍ଦେଶ ।