Onn 3

ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ, ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ

Crime State

 

କାଲିମେଳା : ମାଲକାନଗିରିରେ ଥମୁନି ଧଳା ଜହର କାରବାର । ପୋଲିସ କବଜାରେ ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ । ଧଳା ଜହର କାରବାର ମାମଲାରେ ଗିରଫ ୬ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କ ଠାରୁ ୧.୬ ଗ୍ରାମର ବ୍ରାଉନସୁଗାର, ୫୦ କିଲୋଗ୍ରାମ ଗଞ୍ଜେଇ ସହ ୨ଟି କାର ଜବତ କରିଛି କାଲିମେଳା ପୋଲିସ । କାଲିମେଳା ଥାନା ୩୨୬ ନମ୍ବର ଜାତୀୟ ରାଜପଥ ପୁଲିମେଟଲା ଛକରେ ପେଟ୍ରୋଲିଂ କରିବା ସମୟରେ ପୋଲିସ ଅଭିଯୁକ୍ତଙ୍କୁ ଧରିଛି  ।

ଉପକୂଳ ଓଡିଶା ପରେ ଏବେ ମାଲକାନଗିରରେ ବ୍ରାଉନସୁଗାର ବେପାର ପାଇଁ ଡ୍ରଗ୍ସ ମାଫିଆ ଯୋଜନା କରୁଥିବା ଅନୁମାନ କରାଯାଉଛି । ତେଣୁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ବ୍ରାଉନସୁଗାର ରାକେଟର ମୂଳରେ ପହଞ୍ଚିବାକୁ ପୋଲିସ ଚେଷ୍ଟା କରିବ ବୋଲି ସୂଚନା ମିଳିଛି  । ଗିରଫ ଅଭିଯୁକ୍ତ ମଧ୍ୟରୁ ୫ ଜଣ ବାହାର ରାଜ୍ୟର ରହିଥିବା ବେଳେ ଜଣେ କାଲିମେଳା ଏମ୍. ଭି-୬୬ ଗାଁର ବୋଲି ଜଣାପଡିଛି  ।  ଅଭିଯୁକ୍ତ ମାନେ ହେଲେ ମହାରାଷ୍ଟ୍ର ରାଜ୍ୟର ହ୍ୟାସ ଗାଇକୱାଦ,ୟୁବରାଜ ଶେମ ମାନି,ରାହୁଲ କାଶବେ,ସତୀଶ ଦିଲ୍ଲୀପ,ସୋନ୍ତସ ସୂର୍ଯ୍ୟ ଓ କାଲିମେଳା ଏମଭି -୬୬ ଗାଁର ଶଙ୍କର ବୈଷ୍ଣବ  । ଏହି ୬ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି  ।