Onn 3

ପୋଲିଙ୍ଗ ବୁଥ ନାମ, ସ୍ଥାନ ଓ ନୂତନ ବୁଥ ସୃଷ୍ଟି ସମ୍ପର୍କ ରେ ବିଭିନ୍ନ ରାଜନୈତିକ ଦଳ ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଜିଲ୍ଲପାଳ ଙ୍କ ବୈଠକ

State

ବାରିପଦା: ଆଜି ମୟୁରଭଞ୍ଜ ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ କକ୍ଷ ରେ ଜିଲ୍ଲପାଳ ଶ୍ରୀଯୁକ୍ତ ବିନୀତ ଭରଦ୍ୱାଜ ଙ୍କ ସଭାପତିତ୍ବ ରେ ପୋଲିଙ୍ଗ ବୁଥ ନାମ, ସ୍ଥାନ ଓ ନୂତନ ବୁଥ ସୃଷ୍ଟି ସମ୍ପର୍କ ରେ ବିଭିନ୍ନ ରାଜନୈତିକ ଦଳ ଏବଂ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି | ପ୍ରାରମ୍ଭ ରେ ଜିଲ୍ଲାପାଳ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିବା ସହ ଆଜିର ବୈଠକ ର ମୂଳ ଲକ୍ଷ୍ୟ ହେଉଛି ଗଣମାଧ୍ୟମ ଜରିଆରେ ଜନସାଧାରଣ ଙ୍କୁ ଉପଯୁକ୍ତ ଭାବେ ସଚେତନ କରାଇ ଆସନ୍ତା 2024 ମସିହା ଜାନୁଆରୀ 5 ତାରିଖ ରେ ପ୍ରକାଶିତ ହେବାକୁ ଥିବା ନୂତନ ତ୍ରୁଟିଶୁନ୍ୟ ଭୋଟର ତାଲିକା ରେ ଆଗାମୀ ବର୍ଷ ପାଇଁ ନୂତନ ଭାବେ ଯୋଗ୍ୟ ବିବେଚିତ ହେଉଥିବା ଜଣେ ମାତ୍ର ଭୋଟର ଯେମିତି ତାଲିକା ରୁ ବାଦ ନପଡ଼ନ୍ତି ସେଥିପ୍ରତି ଯତ୍ନବାନ ହେବା | ଆଗାମୀ 2024 ମସିହା ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାରୁ ଭୋଟର ତାଲିକା ସମ୍ଭନ୍ଧୀୟ ସମସ୍ତ ଅlନୁସଙ୍ଗିକ ସଂଶୋଧନ ପ୍ରକ୍ରିୟା ତ୍ରୁଟି ଶୁନ୍ୟ ଭାବେ ସମ୍ପନ୍ନ ଉପରେ ପ୍ରାଧାନ୍ୟ ଦିଆଯାଉଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ |

ଜିଲ୍ଲା ରେ 1500 ରୁ ଉର୍ଦ୍ଧ ମତଦାତା ଥିବା ବୁଥ କ୍ଷେତ୍ର ରେ ସାରସକଣା ରେ 3 ଟି ଓ ଉଦଳା ରେ ଗୋଟିଏ ନୂତନ ବୁଥ ସୃଷ୍ଟି କରାଯାଇଛି ଏବଂ କିଛି ସ୍ଥାନରେ ବିଭିନ୍ନ କାରଣ ବଶତଃ ବୁଥ ର ନାମ ଓ ସ୍ଥାନ ପରିବର୍ତ୍ତନ କରାଯାଇଛି | ଜନସାଧାରଣ ଙ୍କ ଠାରୁ ସଂଗୃହିତ ହୋଇଥିବା ତଥ୍ୟ ଓ ଆବେଦନ ପତ୍ର ଆଧାର ରେ ପ୍ରସ୍ତୁତ ହୋଇଥିବା ଚିଠା ଭୋଟର ତାଲିକା ପ୍ରକାଶିତ ହୋଇଛି | ଯଦି ଏହି ତାଲିକା ରେ କୌଣସି ମତଦାତା ଙ୍କ ନିଜର କିଛିବି ତଥ୍ୟ ତ୍ରୁଟି ଥିବାର ନଜର କୁ ଆସେ ତେବେ ଆବେଦନ ପାଇଁ ନିର୍ଧାର୍ଯ୍ୟ ହୋଇଥିବା ତାରିଖ ଆଗାମୀ 27-10-2023 ରୁ 09-12-2023 ତାରିଖ ସୁଦ୍ଧା ସମ୍ପୃକ୍ତ ଭୋଟର ତାଙ୍କର ବୁଥ ଲେବେଲ ଅଧିକାରୀ କିମ୍ବା ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଆବଶ୍ୟକୀୟ ସଂଶୋଧନ ନିମନ୍ତେ ଅଥବା ଯଦି ଜଣେ ଯୋଗ୍ୟ ବିବେଚିତ ଭୋଟର ଙ୍କ ନାମ ଭୋଟର ତାଲିକା ସଂଯୁକ୍ତ ନହୋଇଥାଏ ତେବେ ନିର୍ଧାର୍ଯ୍ୟ ଫର୍ମ ରେ ଆବେଦନ କରିପାରିବେ |ଏତଦ ବ୍ୟତୀତ ଜଣେ ଭୋଟର ଚାହିଁଲେ ନିଜେ ନିଜ ମୋବାଇଲ ଫୋନ ରେ ଭୋଟର ହେଲ୍ପ ଲାଇନ ଆପ ଜରିଆରେ କିମ୍ବା ceoorissa. eci.nic. in କିମ୍ବା nvsp.in(National Voter Service Portal) ୱେବ୍ସାଇଟରେ ମଧ୍ୟ ଅନଲାଇନ ରେ ଆବେଦନ କରିପାରିବେ | ଏହି ଅବସରରେ ଜିଲ୍ଲାପାଳ ଚିଠା ଭୋଟର ତାଲିକା କୁ ପ୍ରକାଶ କରିଥିଲେ |ବୈଠକ ଶେଷରେ ଜିଲ୍ଲାପାଳ ତ୍ରୁଟିଶୁନ୍ୟ ଭୋଟର ତାଲିକା ପ୍ରକାଶନ ଆଶା କରିବା ସହ ଉପସ୍ଥିତ ସମସ୍ତ ରାଜନୈତିକ ଦଳ ର ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହଯୋଗ କାମନା କରିଥିଲେ | ଅନୁଷ୍ଠିତ ଉକ୍ତ ବୈଠକ ରେ ବାରିପଦା ଉପଜିଲ୍ଲାପାଳ ଶ୍ରୀ ଈଶ୍ୱର ଚନ୍ଦ୍ର ନାଏକ ଓ ଡେପୁଟି କଲେକଟର ଶ୍ରୀମତୀ ସାଇ ସ୍ମିତା ଉପାଧ୍ୟାୟ ଓ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ |