Img 20241116 Wa0264

ଭଂଜପୁର ଜଗଦ୍ଧାତ୍ରୀ ମେଳାର ଚତୁର୍ଥ ସନ୍ଧ୍ୟା -ଆଦିବାସୀ ନୃତ୍ୟଗୀତରେ ଦୁଲୁକିଲା ପଡିଆ

State

ବାରିପଦା: ସ୍ଥାନୀୟ ଭଂଜପୁର ଜଗଦ୍ଧାତ୍ରୀ ମେଳା ପଡିଆରେ ଅନୁଷ୍ଠିତ ଜଗଦ୍ଧାତ୍ରୀ ମେଳାର ଚତୁର୍ଥ ସନ୍ଧ୍ୟାରେ କରଞ୍ଜିଆରୁ ଆସିଥିବା ଚାରୁସ ଏକାଡେମୀ, ବାରିପଦାର ସ୍କୁଲ ଅଫ ଆର୍ଟ ଏଣ୍ଡ କ୍ରାଫ୍ଟ ଓ ସାଇ ଶିକ୍ଷା କେନ୍ଦ୍ରର ସାଂସ୍କୃତିକ ଦଳର ଝୁମର, ସମ୍ବଲପୁରୀ, ଓଡିଶୀ ଓ ଆଧୁନିକ ନୃତ୍ୟ ବେଶ ଆକର୍ଷଣୀୟ ହୋଇଥିଲା I ବାଲେଶ୍ୱରର କଣ୍ଠଶିଳ୍ପୀ ପାର୍ଥସାରଥୀ ପଶା ଓ କୁଳିଅଣାର ମାନସ ରଞ୍ଜନ କରଙ୍କ ସୁମଧୁର ସଂଗୀତ ଦର୍ଶକଙ୍କୁ ବିମୋହିତ କରିଥିଲା I ଶେଷରେ ଓଡିଶା ମୁଣ୍ଡା ସ୍ଟୁଡେଣ୍ଟସ ଏସୋସିଏସନର ନୃତ୍ୟ ଗୀତରେ ଝୁମିଲେ ଦର୍ଶକ I ସମସ୍ତ ସାଂସ୍କୃତିକ ଦଳ ଓ କଳାକାରଙ୍କୁ ଉତ୍ସାହିତ କରିବା ପାଇଁ ମେଳା ସମ୍ପାଦକ ପ୍ରସନ୍ନଜିତ ମହାନ୍ତି ଓ ସାଂସ୍କୃତିକ ସମ୍ପାଦକ ପ୍ରିତମ ପଣ୍ଡାଙ୍କ ହାତରେ ଅଂଶ ଗ୍ରହଣ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା I ସୋମନାଥ ସିଂହ ଓ ଆଲୋକ ବାରିକ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଅଭିଲିପ୍ସା ଦାସ ମଞ୍ଚ ପରିଚାଳନା କରିଥିଲେ I ଆସନ୍ତା କାଲି ଜୁନିୟର ସୋଲୋ ଓ ଗ୍ରୁପ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସାଂସ୍କୃତିକ ସମ୍ପାଦକ ମାନସ ମହାନ୍ତି ଜଣାଇଛନ୍ତି I ପ୍ରକାଶ ଥାଉକି ଏହି ପ୍ରତିଯୋଗିତା ପାଇଁ ୪ ଶହରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ଏବଂ ଅଡିସନ ପରେ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ I