Img 20241116 Wa0227

ବାରିପଦାରେ ଶ୍ରୀଗୁରୁ ଭାଗବତ ଜନ୍ମୋତ୍ସବ ପାଳିତ

State

ବାରିପଦା: ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବାରିପଦାର ବିଭିନ୍ନ ସ୍ଥାନରେ ୨୩ତମ ଶ୍ରୀଗୁରୁ ଭାଗବତ ଜନ୍ମୋତ୍ସବ ପାଳିତ ହୋଇଯାଇଛି l ଭଂଜପୁର ସ୍ଥିତ “ଶ୍ରୀଗୁରୁ ଭାଗବତ ଟୁଙ୍ଗୀ” ରୁ ପୂଜ୍ୟ ଗୁରୁଜୀ ଡ଼ଃ ଚନ୍ଦ୍ରଭାନୁ ଶତପଥୀଙ୍କ ରଚିତ ନଅ ଖଣ୍ଡ ଶ୍ରୀଗୁରୁ ଭାଗବତ ଗ୍ରନ୍ଥକୁ ଏକ ସୁସଜ୍ଜିତ ପାଲିଙ୍କିରେ ଶତାଧିକ ଭକ୍ତ ପାଲିଙ୍କି ଶୋଭାଯାତ୍ରାରେ ବାହାରି ବଡବଜ଼ାର ସ୍ଥିତ “ବଡଦାଣ୍ଡ ଶ୍ରୀଗୁରୁ ଭାଗବତ ଟୁଙ୍ଗୀ” ରେ ପହଞ୍ଚିଥିଲେ l ବଡଦାଣ୍ଡ ଶ୍ରୀଗୁରୁ ଭାଗବତ ଟୁଙ୍ଗୀରେ ଶ୍ରୀଗୁରୁ ଭାଗବତ ପାରାୟଣ, ଭଜନ ଓ ପ୍ରସାଦ ସେବନ ସହ ଏହି ଜନ୍ମୋତ୍ସବ ସମାପ୍ତ ହୋଇଥିଲା l ୨୦୦୧ ମସିହାର କାର୍ତ୍ତିକ ପୂର୍ଣ୍ଣିମା ରାତିରେ ଏହି ମହାନ ଗ୍ରନ୍ଥର ପ୍ରଥମ ଚାରି ଧାଡି ” ଶ୍ରୀଗୁରୁ ଦେବ ଗୁରୁଦେବ, ପ୍ରାଣ ମୋ ଖୋଜେ ପାଦ ତଵ l ତୁମ ଶ୍ରୀ ପୟର ଧ୍ୟାନରେ, ଏକାଗ୍ରତା ଆସେ ମନରେ ll ପୂଜ୍ୟ ଗୁରୁଜୀ ଡ଼ଃ ଚନ୍ଦ୍ରଭାନୁ ଶତପଥୀଙ୍କ କଲମରୁ ନବାକ୍ଷରୀ ଛନ୍ଦରେ ସ୍ୱତଃ ଝରି ଆସିଥିଲା l ଗୁରୁ ପରମ୍ପରା, ଗୁରୁ ଶିଷ୍ୟ ସମ୍ୱନ୍ଧ, ଅନ୍ଧବିଶ୍ୱାସ, ଜନ୍ମ ମୃତ୍ୟୁ ବିଦ୍ୟା, କାଳ ତତ୍ତ୍ୱ, ପିତୃମାତୃ ପୂଜନ ଆଦି ବହୁ ବିଷୟରେ ବର୍ତ୍ତମାନ ସୁଦ୍ଧା ନଅ ଖଣ୍ଡ ଗ୍ରନ୍ଥ ପ୍ରକାଶିତ ହେଲାଣି l କେବଳ ଓଡ଼ିଆରେ ନୁହେଁ ଇଂରାଜୀ ଭାଷା ସହ ଭାରତର ୨୦ଗୋଟି ପ୍ରାନ୍ତୀୟ ଭାଷାରେ ଏହି ଗ୍ରନ୍ଥ ଅନୁବାଦିତ ହୋଇ ପ୍ରକାଶିତ ହେଲାଣି l ଏହା ସହ ଚାରୋଟି ବିଦେଶୀ ଭାଷାରେ ମଧ୍ୟ ଅନୁବାଦିତ ହୋଇ ବିଦେଶରେ ଲୋକଙ୍କ ଭିତରେ ଆଦୃତ ହେଲାଣି l

ବାରିପଦାର ଶିରିଡି ସାଇ ମନ୍ଦିରରୁ ମଧ୍ୟ ଶ୍ରୀଗୁରୁ ଭାଗବତ ଗ୍ରନ୍ଥକୁ ଶ୍ରୀ ହାରିବଳଦେବ ଜୀଉଙ୍କ ମନ୍ଦିରରେ ପୂଜାର୍ଚନ କରି ଏକ ଶୋଭାଯାତ୍ରାରେ ମନ୍ଦିରକୁ ଆଣିଥିଲେ l ଏହାସହ ଭଂଜପୁରରେ ଚାଲିଥିବା ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳାରେ ଭଜନ ସନ୍ଧ୍ୟା ପୂର୍ବରୁ ଶ୍ରୀଗୁରୁ ଭାଗବତ ଗାନ କରାଯାଇଥିଲା l