Onn 3

ଭଂଜପୁର ଜଗଦ୍ଧାତ୍ରୀ ମେଳାର ୭ମ ସନ୍ଧ୍ୟା, ରେକର୍ଡ ଡ୍ୟାନ୍ସରେ ଝୁମିଲେ ଦର୍ଶକ

Religion and Cult State

ବାରିପଦା : ଭଂଜପୁର ଠାରେ ମା’ ଜଗଦ୍ଧାତ୍ରୀଙ୍କ ପୂଜା ଅବସରରେ ଆୟୋଜିତ ଜଗଦ୍ଧାତ୍ରୀ ମେଳାର ସପ୍ତମ ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ମା’ ଡ୍ୟାନ୍ସ ଗ୍ରୁପର କୁନିକୁନି କଳାକାରଙ୍କ ନୃତ୍ୟ ବେଶ ଆକର୍ଷଣୀୟ ହୋଇଥିଲା I ପରେ ପରେ ସ୍ୱାମୀ ବିବେକାନନ୍ଦ ଯୋଗ ରିସର୍ଚ୍ଚ ସେଣ୍ଟର ର ଯୋଗାସନ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବିମୋହିତ କରିଥିଲା I ଶେଷରେ ଜୁନିଅର ଓ ଡୁଏଟ ଡ୍ୟାନ୍ସ ପ୍ରତିଯୋଗିତାର କଳାକାରଙ୍କ ନୃତ୍ୟରେ ଝୁମିଲେ ଦର୍ଶକ I ରଂଜିତ ମୁଦୁଲି, ଅନ୍ୟା ଦତ୍ତ, ଏସ ଅପର୍ଣ୍ଣା, ରିଚା ବାରିକ ତଥା ମନୋଜ ମଲ୍ଲିକ ବିଚାରକ ଭାବେ ଯୋଗ ଦେଇଥିବାବେଳେ ଅଭିଷେକ ସିଂହ ଓ ସ୍ନେହାଶ୍ରୀ ସୋଲନି ସିଂ ଉପସ୍ଥାପକ ଭାବେ ମଞ୍ଚ ପରିଚାଳନା କରିଥିଲେ I ମେଳାର ସାଂସ୍କୃତିକ ବିଭାଗ ତରଫରୁ ସମସ୍ତ ସାଂସ୍କୃତିକ ଦଳକୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲେ I

ସୋମନାଥ ସିଂହ ଓ ଆଲୋକ ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ଆସନ୍ତା କାଲି ପ୍ରଥମେ ସିନିଅର ଓ ଗ୍ରୁପ ଡ୍ୟାନ୍ସ ପ୍ରତିଯୋଗିତା ରହିଛି ବୋଲି ସାଂସ୍କୃତିକ ସମ୍ପାଦକ ମାନସ ମହାନ୍ତି ଓ ପ୍ରିତମ ପଣ୍ଡା ଜଣାଇଛନ୍ତି I ତତସହିତ ସକାଳ ୯ଟା ରୁ ଏହି ମେଳା ପଡିଆରେ ଜଗଦ୍ଧାତ୍ରୀ ପୂଜା ଓ ମେଳା କମିଟି ତଥା ଜୀବନ ବିନ୍ଦୁ ଓ ମୋ ପରିବାର ଆନୁକୂଲ୍ୟରେ ଏକ ସ୍ଵେଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଉଛି I ବହୁ ସଂଖ୍ୟାରେ ରକ୍ତଦାନ କରି ଶିବିରକୁ ସଫଳ କରିବା ପାଇଁ କାର୍ଯ୍ୟକାରୀ ସଭାପତି ନଗରପାଳ କୃଷ୍ଣIନନ୍ଦ ମହାନ୍ତି ତଥା ସାଧାରଣ ସମ୍ପାଦକ ଦର୍ପ ନାରାୟଣ ପାଲ ଅନୁରୋଧ କରିଛନ୍ତି I