ଗୁରୁବାର ଏ ସଂକ୍ରାନ୍ତରେ ସୂଚନା ଦେଇ ପୋଲିସ କହିଛି, ଏହା ପୂର୍ବରୁ କାହ୍ନ ୬ ଥର ଗିରଫ ହୋଇଥିଲା । ପୋଲିସ ତାଠାରୁ ଏକାଧିକ ନକଲି ପରିଚୟ ପତ୍ର ଜବତ କରିଛି । କାହ୍ନୁ ନିଜକୁ ଆରଟିଆଇ କର୍ମଚାରୀ କହି ଠକୁଥିଲାବେଳେ ଗତ ୧୮ ତାରିଖ ପୋଲିସ ହାତରେ ଧରାପଡିଥିଲା । କିଶାେର ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କୁ ଏମିତି ମିଛ ପରିଚୟ ଦେଇ ଚୁନା ଲଗାଇଥିଲା କାହ୍ନୁ। ଏ ନେଇ ସେ ଏପ୍ରିଲ ୨୫ ତାରିଖରେ କୋରାପୁଟ ଟାଉନ ଥାନାରେ ଅଭିଯୋଗ କରିଥିଲେ ।
ହେଲେ ଏହା ପୂର୍ବରୁ ସେ କେତେବେଳେ ଏନଏଚଏଆଇର ସିଜେଡ଼ଏମ ତ ଆଉ କେତେବେଳେ ସିସିଏମ କହି ଲୋକଙ୍କ ଠାରୁ ଲୁଟ୍ କରିଛି । ସେହିପରି ଭୁନେଶ୍ୱର ମୁନସିପାଲଟି କର୍ପୋରେସନର ସିସିଏମ, ରାଜ୍ୟ ସରକାରଙ୍କ ଆସିଷ୍ଟାଂଟ ଡାଇରେକ୍ଟର, ଗୃହ ବିଭାଗର ଏସଏସଟି ୱେଲଫେୟାର ଚେୟାରମ୍ୟାନ, ନାଶନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆର ପରିଚୟ ଦେଇ ଏକାଧିକ ଲୋକଙ୍କ ଠାରୁ ଲୁଟ୍ କରିଛି କାହ୍ନୁ ।
କାହ୍ନୁ ଠାରୁ ଏହି ସବୁ ପରିଚୟରେ ୬ଟି ନକଲି ଆଇକାର୍ଡ ଜବତ କରିଛି ଏସଟିଏଫ । ଏଥିରେ ରହିଏହା ସହ ଚାନ୍ଦପୁର ଥାନାରେ ହତ୍ୟା, ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ଭଳି ବଡ଼ ବଡ଼ ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗ ରହିଛି ।
Post Views: 6