Gbhwtavbyaag8s6 679x430

ବାତ୍ୟା ଦାନାର ଆସିଲା ରିପୋର୍ଟ, ହୋଇଛି ଛଅ ଶହ କୋଟିର କ୍ଷୟକ୍ଷତି

State

ବାତ୍ୟା ଓ ବନ୍ୟାରେ ମୋଟାମୋଟି  ୬ଶହ କୋଟିର କ୍ଷୟକ୍ଷତି ଆକଳନ ହୋଇଛି ।  ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ।  କେବଳ ପଞ୍ଚାୟତିରାଜ ବିଭାଗର କ୍ଷୟକ୍ଷତି ରିପୋର୍ଟ ଆସି ନାହିଁ । ବାକି ସମସ୍ତ ବିଭାଗର କ୍ଷୟକ୍ଷତି ରିପୋର୍ଟ ଆସିଛି । ପ୍ରାଥମିକ ଆକଳନ ଅନୁସାରେ ପ୍ରାୟ ୬ଶହ କୋଟି ଟଙ୍କାର କ୍ଷତି ହୋଇଛି । ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି । ମୟୂରଭଞ୍ଜ, ଯାଜପୁର, ଜଗତସିଂହପୁର, କଟକ ବି ପ୍ରଭାବିତ ହୋଇଛି ।

୧୪ ଜିଲ୍ଲାର ୧୩୧ ବ୍ଲକ ପ୍ରଭାବିତ ହୋଇଛି । ୧୧, ୬୩୭ ଗାଁର ୪୧ ଲକ୍ଷ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି  ।  ମୋଟ ୧୬, ୪୧୭ ଘର ପ୍ରଭାବିତ ଓ ୨୭ ଘର ସଂପୂର୍ଣ୍ଣ କ୍ଷତିଗ୍ରସ୍ତ । ୧୪, ୬୮୦ ଘର ଆଂଶିକ ଭାବେ    କ୍ଷତିଗ୍ରସ୍ତ   ହୋଇଛି ।  ବିଭାଗୱାରୀ ହିସାବ ଭିତ୍ତିରେ ଶକ୍ତି ବିଭାଗ ବେଶୀ କ୍ଷତିଗ୍ରସ୍ତ।  ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ପ୍ରକୃତ କ୍ଷୟକ୍ଷତି ସ୍ପଷ୍ଟ ହେବ ।  ରିପୋର୍ଟ ଆସିଲା ପରେ କ୍ଷତିଗ୍ରସ୍ତଙ୍କୁ ସହାୟତା ଦିଆଯିବ।

ସେ ଆହୁରି କହିଛନ୍ତି, ପଞ୍ଚାୟତିରାଜ ବିଭାଗ ଛଡ଼ା ଅନ୍ୟ ସବୁ ବିଭାଗରୁ ରିପୋର୍ଟ ଆସିଛି ।  ସଂଧ୍ୟା ସୁଦ୍ଧା ସବୁ ରିପୋର୍ଟ ମିଳିଲା ପରେ ଚୂଡ଼ାନ୍ତ ହିସାବ ହେବ ।  ମୋଟାମୋଟି ଭାବେ ୧୪ ଜିଲ୍ଲାର ୧୩୧ ବ୍ଲକ ପ୍ରଭାବିତ ହୋଇଛି । ୧୧, ୬୩୭ ଗାଁର ୪୧ ଲକ୍ଷ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି । ମୋଟ ୧୬, ୪୧୭ ଘର ପ୍ରଭାବିତ ଓ ୨୭ ଘର ସଂପୂର୍ଣ୍ଣ କ୍ଷତିଗ୍ରସ୍ତ । ୧୪, ୬୮୦ ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି ।