Onn 3

ଇଣ୍ଡିଗୋ ବିମାନରେ ରକ୍ତବାନ୍ତି କଲେ ଯାତ୍ରୀ, ଚିକିତ୍ସା ପୂର୍ବରୁ ଚାଲିଗଲା ଯାତ୍ରୀଙ୍କ ଜୀବନ

National & International

indigo

ମୁମ୍ବାଇ-ରାଞ୍ଚି ଇଣ୍ଡିଗୋ ବିମାନର ନାଗପୁରରେ ଜରୁରୀ ଅବତରଣ । ବିମାନ ଯାତ୍ରୀ ରକ୍ତବାନ୍ତି କରିବାରୁ ବିମାନକୁ ନାଗପୁରରେ ଜରୁରୀ ଅବତରଣ କରିଥିଲା । ତୁରନ୍ତ ଯାତ୍ରୀଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ମୁତାବକ, ୬୨ ବର୍ଷୀୟ ଦେବାନନ୍ଦ ତିଓ୍ଵାରୀ ମୁମ୍ବାଇ-ରାଞ୍ଚି6E 5093 ଇଣ୍ଡିଗୋ ବିମାନରେ ଯାତ୍ରା କରୁଥିଲେ । ଏହି ସମୟରେ ତାଙ୍କର ବିମାନ ଭିତରେ ରକ୍ତବାନ୍ତି ହୋଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ନାଗପୁରରେ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଛି ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସା ପାଇବା ପୂର୍ବରୁ ଯାତ୍ରୀଙ୍କ ଜୀବନ ଚାଲିଯାଇଥିଲା ।

ନାଗପୁର କେଆଇଏମଏସ ହସପିଟାଲର ଡିଜିଏମ ଏଜାଜ ସାମି କହିଛନ୍ତି, ୬୨ ବର୍ଷୀୟ ଯାତ୍ରୀ କିଡନୀ ଏବଂ ଟିବିରେ ପୀଡିତ ଥିଲେ । ଯାତ୍ରା ସମୟରେ ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା । ସେ ବହୁତ ରକ୍ତବାନ୍ତି କରିଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଥିଲା । ବିମାନକୁ ନାଗପୁରରେ ଜରୁରୀ ଅବତରଣ କରାଯାଇ ତୁରନ୍ତ ସେଠାରୁ ହସପିଟାଲକୁ ନିଆଯାଇଥିଲା ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ୧୭ ଅଗଷ୍ଟଜରେ ନାଗପୁର ଏୟାରପୋର୍ଟରେ ଜଣେ ଇଣ୍ଡିଗୋ ବିମାନର ପାଇଲଟଙ୍କ ମୃତ୍ୟୁ ହୋଇଥିଲା । ସେ ନାଗପୁରରୁ ପୁନେ ଯିବାର ଥିଲା । କିନ୍ତୁ ବୋଡିଂ ଗେଟରେ ହଠାତ୍‌ ପଡି ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ହାର୍ଟ ଆଟାକ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା ।


Post Views: 6