Onn 3

ଜମ୍ମୁ ଓ କଶ୍ମୀରରେ ସେନା-ଆତଙ୍କବାଦୀ ଏନକାଉଣ୍ଟର, ଜଣେ ଯବାନ ସହିଦ

National & International

ଶ୍ରୀନଗର : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଭାରତୀୟ ସେନାର ଜଣେ ଯବାନ ସହିଦ ହୋଇଛନ୍ତି । ପୁଲିସ କହିଛି ଯେ କୁଲଗାମ ଜିଲ୍ଲାରେ ୨ରୁ ୩ ଜଣ ଆତଙ୍କବାଦୀ ଚିହ୍ନଟ ହେବା ପରେ ମଡେରଗାମରେ ସର୍ଚ୍ଚ ଆଣ୍ଡ କର୍ଡନ ଅପରେସନ ପରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଏନକାଉଣ୍ଟରରେ ଆହତ ହୋଇଥିବା ଜଣେ ସେନା ଯବାନଙ୍କ ଶନିବାର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।
ଅମରନାଥ ଯାତ୍ରା ଚାଲିଥିବା ବେଳେ ଏହି ଏନକାଉଣ୍ଟର ହେଉଛି । ଗତ ଜୁନ୍ ୨୯ ରେ ଅନନ୍ତନାଗ ଜିଲ୍ଲାର ପହଲଗାମ ଏବଂ ଗଣ୍ଡରବଲ ଜିଲ୍ଲାର ବାଲଟାଲର ବେସ୍ କ୍ୟାମ୍ପରୁ ଯାତ୍ରା ଆରମ୍ଭ ହୋଇଥିଲା। ୫୨ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରାରେ ଆଜି ସକାଳେ ୫,୮୦୦ରୁ ଅଧିକ ଶ୍ରଦ୍ଧାଳୁ ପହଞ୍ଚିଛନ୍ତି।
ଏହି ଏନକାଉଣ୍ଟର ପହଲଗାମର ଦୁଇଟି ଟ୍ରାକ୍ ଠାରୁ ୬୩ କିଲୋମିଟର ଦୂରରେ ହୋଇଥିଲା। ଏହି ମାର୍ଗରୁ ଅମରନାଥ ଗୁମ୍ଫା ମନ୍ଦିରକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ଏକ ଦଳ ବାହାରିଥାଏ । ସାଧାରଣତଃ ସେମାନେ ଏହି ରାସ୍ତା ଦେଇ ଯାଆନ୍ତି, ଯଦିଓ ଏହା ଏକ ଲମ୍ବା ରାସ୍ତା ଅଟେ । ତୀର୍ଥଯାତ୍ରା ପାଇଁ କେନ୍ଦ୍ର ସରକାର ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଥିଲେ ବି ଯାତ୍ରାବେଳେ ଅଘଟଣ ଘଟାଇବାକୁ ଆତଙ୍କବାଦୀମାନେ ଉଦ୍ୟମ କରିଚାଲିଛନ୍ତି ।