ବାରିପଦା: ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଜିଲ୍ଲା ଉପନିୟନ୍ତ୍ରକ ବୌଧ ମାପ ବିଜ୍ଞାନ ମୟୂରଭଞ୍ଜ , ବାରିପଦା ଙ୍କ ସହାୟତାରେ ‘ସଂକଳ୍ପ ‘ କୁଳିଅଣା ଙ୍କ ମିଳିତ ଆନୁକୁଲ୍ୟରେ ଜ୍ଞାନଦିପ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ବାରିପଦଙ୍କ ସଭା ଗୃହରେ ଜିଲ୍ଲା ସ୍ତରୀୟ ଜାତୀୟ ଖାଉଟି ଦିବସ ୨୦୨୪ ପାଳନ ତା -୨୪-୧୨-୨୦୨୪ ରେ ହୋଇ ଯାଇଛି । ‘ ସଂକଳ୍ପ ‘ ର ସମ୍ପାଦକ ପ୍ରଦୀପ କୁମାର ଦାସମହାପାତ୍ର ମଞ୍ଚାଶିନ ସମସ୍ତ ଅତିଥି ପଦାଧିକାରୀ ମାନଙ୍କର ପରିଚୟ ପ୍ରଦାନ ପୂର୍ବକ ଅଂଶ ଗ୍ରହଣ କାରି ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପୁଷ୍ପ ଗୁଚ୍ଛ ପ୍ରଦାନ କରାଯାଇଥିଲା । ଜ୍ଞାନଦୀପ କଲେଜର ଅଧ୍ୟକ୍ଷ ଅଶୋକ କୁମାର ସାହୁ ସଭା ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଅଧିକାରୀ ,ବାରିପଦା ର ଅନାଦି ଚରଣ ସେଠୀ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମଟିକୁ ଶୁଭ ଉଦ୍ଘାଟନ କରିଥିଲେ । ଉପନିୟନ୍ତ୍ରକ ବୌଧ ମାପ ବିଜ୍ଞାନ , ବାରିପଦାର ରବୀନ୍ଦ୍ର କୁମାର ମହାପାତ୍ର ,ଜାତୀୟ ଖାଉଟି ଦିବସ ପାଳନର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଭାବେ ଜ୍ଞାନଦୀପ କଲେଜର ଚେୟାରମେନ କ୍ଷୀରଦ ଚନ୍ଦ୍ର ଘୋଷ ଡିସି ଡି ଆର ସି ର ମେମ୍ବର ଜୀବନ କୃଷ୍ଣ ବେହେରା ସମ୍ମାନନୀୟ ଅତିଥି ଆପିଏସ ,ଆଇନ କଲେଜ ର ଅଧକ୍ଷା ଅନାମିକା ସୋରେନ , ଏସି ଏଲ ଏମ ରାଜକିଶୋର ମଲ୍ଲିକ , ରିଲାଏନସ ଫାଉଣ୍ଡେସନ ଜିଲ୍ଲା ପ୍ରକଳ୍ପ ଅଧିକାରୀ ମମତା ବିଷ୍ଟ , ଜିଲ୍ଲା ପ୍ରକଳ୍ପ ଅଧିକାରୀ , ଜରୁରୀ କାର୍ଯ୍ୟାଳୟ , ବାରିପଦାର , ଜଗବନ୍ଧୁ ମହାନ୍ତି , ସମାଜ ସେବୀ , କବି ବିଷ୍ଣୁ ଶତପଥୀ , ଜିଲ୍ଲା ଏନଜିଓ , ସଂଯୋଜକ – ବିବେକାନନ୍ଦ ପଟ୍ଟନାୟକ , ଅଲ୍ ଇଣ୍ଡିଆ ରେଡ଼ିଓ ବାରିପଦାର ସତ୍ୟାନନ୍ଦ ଶେଜପଦା ପ୍ରମୁଖ ଯୋଗ ଦେଇ , ଖାଉଟି ସୁରକ୍ଷା ଓ ସଚେତନା , ଖାଉଟି ବିବାଦର ପ୍ରତିକାର ବ୍ୟବସ୍ଥା , ନୂତନ ଖାଉଟି ସୁରକ୍ଷା ଆଇନ – ୨୦୨୯,୨୦୨୦ ର ବ୍ୟାପକତା , ଭର୍ଚୁଆଲ ହାଇରିଙ୍ଗ ଏବଂ ଡିଜିଟାଲ ଆକ୍ସେସ ଓ ଖାଉଟି ନ୍ୟାୟ , ସେବା ଦ୍ରବ୍ୟ କିଣା ବେଳେ ଖାଉଟି ର କର୍ତ୍ତବ୍ୟ ସମ୍ବନ୍ଧିତ ଉପାଦେୟ ବାର୍ତ୍ତା ପ୍ରଦାନ କରିଥିଲେ । ଜ୍ଞାନଦୀପ ର ଛାତ୍ର ଛାତ୍ରୀ ଗଣ ଓ ଅନ୍ୟାନ୍ୟ କର୍ମ କର୍ତ୍ତା ମାନେ କାର୍ଯ୍ୟ କ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଡିସି ଏଲ ଏମ ବାରିପଦାର ରବୀନ୍ଦ୍ର କୁମାର ମହପାତ୍ର ଖାଉଟି ସୁରକ୍ଷାର ସଚେତନା ପାଇଁ ‘ସଂକଳ୍ପ ‘ ସହଯୋଗରେ ଜିଲ୍ଲା ର ବିଭିନ୍ନ ବ୍ଲକ ଅଞ୍ଚଳରେ ଉପଭୋକ୍ତା ମାନଙ୍କୁ ଅଧିକ କ୍ରିୟାଶୀଳ କରିବା ପାଇଁ ସୂଚନା ପ୍ରଦାନ କରିଥିଲେ । ଫୋର୍ଡ ର ସନ୍ତୋଷ କୁମାର ଖଣ୍ଡା ଅତିଥି ଓ ଅଂଶ ଗ୍ରହଣ କାରିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସମସ୍ତ ଅଂଶ ଗ୍ରହଣ କାରିମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।