ବାରିପଦା: ସ୍ଥାନୀୟ ଶହୀଦସ୍ମୃତି ଭବନ ଠାରେ କିଡ୍ସ ମସ୍ତିକେଫ ପ୍ଲେ ସ୍କୁଲ ର ବାର୍ଷୀକ ଉତ୍ସବ ଏକ ବାନ୍ନାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି । କିଡ୍ସ ମସ୍ତିକେଫ ପ୍ଲେ ସ୍କୁଲ ର ନିର୍ଦ୍ଧେଶକ ହରିପ୍ରସାଦ ବାରିକ ଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଡା. ପ୍ରଦୀପ ମହାପାତ୍ର ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଡା. ମହାପାତ୍ର ତାଙ୍କ ବ୍ୟକ୍ତବ୍ୟରେ କହିଥିଲେ ଏହି କୁନି କୁନି ପିଲାମାନେ ଆଗାମୀ ଦିନରେ ସମାଜର ଭବିଷ୍ୟତ । ତେଣୁ ଏମାନଙ୍କୁ ଉତ୍ତମ ସଂସ୍କାର ସାଙ୍ଗକୁ ସଠିକ ଦିଗଦର୍ଶନ ଦେବା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅଭିଭାବକ ମାନଙ୍କର ଏକ ଗୁରୁତ୍ୱପୂନ୍ନ ଭୁମିକା ରହିଅଛି । ସେହିପରି ସମ୍ମାନୀତ ଅତିଥିଭାବେ ଶଶାଙ୍କ ଦଣ୍ଡପାଟ , ଡା. ଚିତ୍ତରଞନ ଗିରି , ଜ୍ୟୋତିକୃଷ୍ନ ପଲେଇ ପ୍ରମୁଖ ଯୋଗଦେଇ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବାସହ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି ଅବସରରେ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ତାଙ୍କ କରକମଳ ରେ ପୁରଷ୍କାର ପ୍ରଦାନ କରିଥିଲେ । ଚଳିତ ବର୍ଷର ବେଷ୍ଟ ଷ୍ଟୁଡେଣ୍ଟ ଅଫ ଦା ଇଅର ଭାବେ ଦିବ୍ୟାସା ଗିରି ଙ୍କୁ ପୁରଷ୍କୃତ କରାଯାଇଥିଲା । ସଭାକାର୍ଯ୍ୟ ପ୍ରାରମ୍ଭରେ ବିଦ୍ୟାଳୟର ଅଧ୍ୟକ୍ଷ ରୀତାରାଣୀ ବାରିକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ବିବରଣୀ ପାଠ କରିଥିଲେ । ସର୍ବଶେଷରେ ନିର୍ଦ୍ଧେଶକ ଶ୍ରୀ ବାରିକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସନ୍ଧ୍ୟାରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ ସାଙ୍ଗକୁ ଅନ୍ୟାନ୍ୟ ଚିତାକର୍ଷକ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯକ୍ରମକୁ ପରିଚାଳନା କରିବାରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମନୋଜ ଦାସ , ଦୀପୁ ବେହେରା , ପ୍ରିୟଙ୍କା ସାହୁ , ଦେବସ୍ମିତା ବେହେରା , ସସ୍ମିତା ବାରିକ , ପ୍ରଗତି ଖିଲାର , ଜାଗୃତି ପାତ୍ର , ଅନିନ୍ଦିତା ପ୍ରିୟଦର୍ଶନୀ , ମୈାମିତା କର , ରଶ୍ମି ବେହେରା , ମୈାସୁମି ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।