Onn 3

୫୦ ହଜାର ଲେଖାଏଁ କ୍ଷତି ପୂରଣ ପ୍ରଦାନ

State

ମୋହନା: ମୋହନା ବନ୍ଧାଗୁଡାରେ ପଥର ବ୍ଲାଷ୍ଟିଂ ବେଳେ ପଥର ତଳେ ଚାପି ହୋଇ ଦୁଇ ଜଣ ମୃତ ଘଟଣା। ମୃତକ ପରିବାରକୁ ୫୦ ହଜାର ଲେଖାଏଁ କ୍ଷତି ପୂରଣ ପ୍ରଦାନ କଲା ଜ଼ିଲ୍ଲା ପ୍ରଶାସନ । ଏନେଇ ସୂଚନା ଦେଲେ ଗଜପତି ଉପ ଜ଼ିଲ୍ଲାପାଳ ଆଲୋକ ପ୍ରଧାନ।

ସୂଚନା ଅନୁସାରେ ବନ୍ଧାଗୁଡା ଗ୍ରାମ ନିକଟରେ ଥିବା କ୍ରସରରେ ପଥର ତଳେ ଚାପି ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ମୃତ ଶ୍ରମିକ ଦୁଇ ଜଣ ହେଲେ ରମ୍ଭା ଥାନା ଝରଡ଼ି ରାଧାଗୋବିନ୍ଦପୁର ଗାଁର ନାରାୟଣ ନାହକ, ମଧୁରଛୁଆ ଗାଁର ବିଷ୍ଣୁ ପ୍ରସାଦ ନାହକ। ଦୁହେଁ ସମ୍ପର୍କରେ ମାମୁଁ ଏବଂ ଭଣଜା ହେବେ ବୋଲି ଜଣାପଡିଛି ।