Onn 3

ବେରିଆ ଫୁଟବଲ ଷ୍ଟାଡିୟମରେ ଦଳାଚକଟା; ୧୨ ମୃତ, ୮୦ ଆହତ

National & International

ନୂଆଦିଲ୍ଲୀ: ମେଡାଗାସ୍କାର ରାଜଧାନୀ ଅଣ୍ଟାନାନାରିଭୋରେ ଅଘଟଣ । ବେରିଆ ଷ୍ଟାଡିୟମରେ ଦଳାଚକଟାରେ ପ୍ରାୟ ୧୨ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ସେହିପରି ଏଥିରେ ୮୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଇଣ୍ଡିଆନ ଓସେନ ଆଇଲାଣ୍ଡ ଗେମ୍ସର ଉଦଘାଟନୀ ସେରିମନି ଦେଖିବାକୁ ବେରିଆ ଷ୍ଟାଡିୟମ ଭିତରକୁ ଏକା ସାଙ୍ଗରେ ୫୦ ହଜାରରୁ ଉର୍ଦ୍ଧ୍ବ ଦର୍ଶକ ପ୍ରବେଶ ସମୟରେ ଦଳାଚକଟା ପରିସ୍ଥିତି ଉପୁଜିଥିଲା । ଦଳାଚକଟା ପରିସ୍ଥିତି ଯୋଗୁଁ ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କର ମୃତ ହୋଇଥିବା ବେଳେ ୮୦ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ସେପଟେ ଉଦଘାଟନୀ ସମାରୋହରେ ଉପସ୍ଥିତ ଥିବା ମାଡାଗାସ୍କାର ରାଷ୍ଟ୍ରପତି ଆଣ୍ଡ୍ରି ରାଜୋଲିନା ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଏକ ମିନିଟ୍ ନୀରବ ପ୍ରାର୍ଥନା କରିବାକୁ ସମସ୍ତଙ୍କୁ କହିଥିଲେ ।

ମାଡାଗାସ୍କାରରେ ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ଇଣ୍ଡିଆନ ଓସେନ ଆଇଲାଣ୍ଡ ଗେମ୍ସର ଆୟୋଜନ କରାଯାଇଛି । ୧୯୭୭ ମସିହାରୁ ଅନ୍ତର୍ଜାତୀୟ ଅଲମ୍ପିକ କମିଟି ପକ୍ଷରୁ ଏହା ଆରମ୍ଭ ହୋଇଥିଲା । ଏଥିରେ ମରିସିଅସ୍, ସିସେଲ୍ସ, କୋମୋରୋସ୍, ମାଡାଗାସ୍କର, ମାୟୋଟ, ରେୟୁନିଅନ୍ ଏବଂ ମାଲଦ୍ୱୀପର ଆଥଲେଟ୍ସମାନେ ସାମିଲ ହୋଇଥାନ୍ତି ।