Onn 3

ଦନ୍ତା ହାତୀ ଆକ୍ରମଣରେ ଯୁବକ ଗୁରୁତର

State

ବାରିପଦା:  ମୟୂରଭଞ୍ଜ ଜିଲ୍ଲାର-କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ ଥମିବାର ନାଁ ନେଉନଥିବା ବେଳେ ଆଜି ସକାଳେ ଦନ୍ତା ହାତୀର ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି , ଏପରି ଏକ ଘଟଣା ଦେଖିବାକୁ ମିଳିଛି ପୋଖରିଆ ଗାଆଁ ଦାସ ସାହିରେ , ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ଦନ୍ତା ହାବୁଡ଼ରେ ପଡ଼ି ଆକ୍ରମଣ ର ଶିକାର ହୋଇ ଗୁରୁତର ଅବସ୍ଥାରେ ପଡ଼ିଯାଇଥିଲେ ଯୁବକ।

ସ୍ଥାନୀୟ ଲୋକେ ଓ ବନବିଭାଗ ତାଙ୍କୁ ଗୁରୁତ୍ୱର ଅବସ୍ଥାରେ ଉଦ୍ଧାର କରି କରଞ୍ଜିଆ ମେଡିକାଲ୍ ରେ ଭର୍ତି କରାଯାଇଛି । ଗୁରୁତର ଯୁବକ ଜଣକ ହେଉଛନ୍ତି ସୁନୀଲ ହେମ୍ବ୍ରମ୍ |