Onn 3

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ପ୍ରତିଯୋଗିତା ଅନୁଷ୍ଠିତ

State

ବାରିପଦା : ଚଳିତ ବର୍ଷ ତା 30 -10-2023 ରିଖ ରୁ ତା 05-11-2023 ରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ହେବାକୁ ଯାଉଛି |ଏହି ପରିପ୍ରେକ୍ଷୀରେ ରେ ଉକ୍ତ ସଚେତନତା ସପ୍ତାହ ପାଳନ ଅବ୍ୟବହିତ ପୂର୍ବରୁ ଆଜି ଅପରାହ୍ନ ରେ ସ୍ଥାନୀୟ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଠାରେ ଏହି ଉପଲକ୍ଷେ ସ୍କୁଲ ଏବଂ କଲେଜ ଛାତ୍ର ଛାତ୍ରୀଙ୍କ ମଧ୍ୟରେ କନିଷ୍ଠ ଏବଂ ବରିଷ୍ଠ ଦୁଇଟି ବର୍ଗ ରେ ଇଂରାଜୀ ଓ ଓଡ଼ିଆ ରେ ଏବର୍ଷ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ପ୍ରଦତ୍ତ (Say no to Corruption : Commit to the Nation | ଦୁର୍ନୀତି କୁ ବିରୋଧ କରିବା :ରାଷ୍ଟ୍ର ପ୍ରତି ସମର୍ପିତ ରହିବା) ବିଷୟ ବସ୍ତୁ ଉପରେ ବକ୍ତୃତା ଓ କାର୍ଟୁନ କମ କେପସନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି | ଏଥିରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ | ଜିଲ୍ଲା ପ୍ରଶାସନ ତତ୍ୱାବଧାନ ରେ ଜିଲ୍ଲା ଶିକ୍ଷାଅଧିକାରୀ ଙ୍କ ଦ୍ୱାରା ଆୟୋଜିତ ଉକ୍ତ ପ୍ରତିଯୋଗିତାରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ଼କ୍ଟର ପ୍ରଶାନ୍ତ କୁମାର ମହାନ୍ତି, ଭିଜିଲାସନ୍ସ ଇନ୍ସ୍ପେକଟର ଶ୍ରୀ ବିକାଶ କୁମାର ସ୍ୱାଇଁ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ଭାଗିରଥି ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ଯୋଗ ଦେଇଥବା ବେଳେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଅତୁଲ କୁମାର ପରିଡା, ମହୁଲବଣୀ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ ଜୟଚନ୍ଦ୍ର ବେହେରା, ବଡ଼ସାହି ଗୋଷ୍ଠୀ ଶିକ୍ଷା ଅଧିକାରୀ ମଧୁସ୍ମିତା ଗିରି, ଆଦର୍ଶ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଋତୁପର୍ଣ୍ଣା ମହାନ୍ତି, ଇଂରାଜୀ ବକ୍ତୃତା ପ୍ରତିଯୋଗିତା ର ବିଚାରକ ଭାବେ ଏବଂ ବାରିପଦା ଏବିଇଓ ଶ୍ରୀମତୀ ତପସ୍ୱିନୀ ଦାଶ, କଣ୍ଟାପାଳ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ ଅମିତାଭ ମିଶ୍ର, ସହକାରୀ ଶିକ୍ଷକ ଶ୍ରୀ ଚିତ୍ତ ରଞ୍ଜନ ପାଲଟା, ସହକାରୀ ଶିକ୍ଷୟତ୍ରୀ ବର୍ଣ୍ଣାଳି ରାଉତ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ରେ ବିଚାରକ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ |ଆର୍ଟ ଶିକ୍ଷକ ଶ୍ରୀ କାର୍ତ୍ତିକ ଚନ୍ଦ୍ର ମହାନ୍ତି କାର୍ଟୁନ କମ କେପସନ ପ୍ରତିଯୋଗିତା ର ବିଚାରକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ |କାର୍ଯ୍ୟକ୍ରମ ପରିଚାଳନା ରେ ଶ୍ରୀ ମନୋଜ କୁମାର ପରିଡା,ଶ୍ରୀ ରାଜକିଶୋର ସେଠୀ, ଶ୍ରୀ ଗାୟତ୍ରୀ ବେହେରା, ଶ୍ରୀ ପ୍ରବୀର କୁମାର ବେହେରା ଓ ଶ୍ରୀ ଦୀପକ କୁମାର ରାମ ସହଯୋଗ କରିଥିଲେ |

ପ୍ରତିଯୋଗିତା ର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ତା 03-11-2023 ରିଖ ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ପୁରସ୍କୃତ କରାଯିବ |