Onn 3

ସେୟାର ବଜାରରେ କମ୍ପନ, ୯୦୧ ପଏଣ୍ଟ କମିଲା ସେନସେକ୍ସ, ନିବେଶକଙ୍କ କ୍ଷତି ୩ ଲକ୍ଷ କୋଟି

National & International State

zzz

ମୁମ୍ବାଇ : ଭାରତୀୟ ଷ୍ଟକ ବଜାରରେ ଆଜି ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି । ସେନସେକ୍ସ ପ୍ରାୟ ୯୦୧ ପଏଣ୍ଟ ଓ ନିଫଟି ୨୬୪ ପଏଣ୍ଟ ହ୍ରାସ ସହ ବନ୍ଦ ହୋଇଛି । ଏହା ଫଳରେ ନିବେଶକମାନେ ପ୍ରାୟ ୩ ଲକ୍ଷ କୋଟି ହରାଇଛନ୍ତି । ଏହା ସହିତ କ୍ରମାଗତ ୬ଷ୍ଠ ସେସନ ପାଇଁ ଷ୍ଟକବଜାରରେ ହ୍ରାସ ପରିଲକ୍ଷିତ ହୋଇଛି ।
ସେନସେକ୍ସ ଆଜି ୧୦୦୦ରୁ ଅଧିକ ପଏଣ୍ଟ ହ୍ରାସ ପାଇବା ପରେ ଶେଷରେ ୯୦୦.୯୧ ପଏଣ୍ଟ ହ୍ରାସ ସହ ୬୩,୧୪୮.୧୫ ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନିଫଟି ୨୬୪.୯୦ ପଏଣ୍ଟ ହ୍ରାସ ସହ ୧୮,୮୫୭.୩୦ ପଏଣ୍ଟରେ ବନ୍ଦ ହୋଇଛି । ଦିନ ମଧ୍ୟରେ ମୋଟ ୧୨୧୧ଟି ସେୟାର ମୂଲ୍ୟ ବଢିଥିବାବେଳେ ୧୯୪୩ଟି ସେୟାର ମୂଲ୍ୟ ହ୍ରାସ ପାଇଛି ।
ମଧ୍ୟପୂର୍ବରେ ଚାଲିଥିବା ଯୁଦ୍ଧ ମଧ୍ୟରେ ବିଶ୍ବର ପ୍ରମୁଖ ଷ୍ଟକ ବଜାରରେ ହ୍ରାସ ପରିଲକ୍ଷିତ ହେଉଛି । ଏହାର ପ୍ରଭାବ ଭାରତୀୟ ଷ୍ଟକ ବଜାର ଉପରେ ପଡୁଛି । ଏହି ସଂକଟ ଯୋଗୁଁ ତେଲଦର ବଢିବା ଆଶଙ୍କା ରହିଛି । ନିବେଶକମାନେ ଷ୍ଟକବଜାରରୁ ନିବେଶ ପ୍ରତ୍ୟାହାର କରି ସୁନା ଓ ଡଲାରରେ ନିବେଶ କରୁଛନ୍ତି ।
ସେୟାର ବଜାରରେ ଏହି ହ୍ରାସ ଯୋଗୁଁ ବିଏସଇର ମାର୍କେଟ କ୍ୟାପ ୩୦୬.୨୧ ଲକ୍ଷ କୋଟି ଟଙ୍କାକୁ ଖସି ଆସିଛି, ଯାହା ପୂର୍ବ ଅଧିବେଶନରେ ୩୦୯.୩୩ ଲକ୍ଷ କୋଟି ଟଙ୍କା ଥିଲା । ଅର୍ଥାତ୍ ଆଜିର କାରବାରରେ ନିବେଶକମାନେ ୩.୧୨ ଲକ୍ଷ କୋଟି ଟଙ୍କା ହରାଇଛନ୍ତି।