Onn 3

ଜାଗୁଳାଇ ପୀଠରେ ଭାଗବତ ପାରାୟଣ

State

ନିଶ୍ଚିନ୍ତକୋଇଲି: ଅସୁରେଶ୍ୱର ପଞ୍ଚାୟତ ଅଣସରପୁର ଗ୍ରାମର ଆରାଧ୍ୟ ମା ବୁଢୀ ଜାଗୁଳାଇଙ୍କ ପୀଠରେ ପବିତ୍ର କାର୍ତ୍ତିକ ମାସ ଅବସରରେ ଅଁଳା ନବମୀ ଠାରୁ ରାସ ପୂର୍ଣ୍ଣିମା ଏକ ସପ୍ତାହ ବ୍ୟାପୀ ବାର୍ଷିକ ଭାଗବତ ପାରାୟଣ ଓ ନାମଯଜ୍ଞ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ସ୍ଥାନୀୟ ବାସିନ୍ଦା ଗୋପିନାଥ ସାହୁଙ୍କ ଭାଗବତ ଗାଦିରୁ ଏକ ସୁସଜ୍ଜିତ ବିମାନ ଯୋଗେ ଭାଗବତ ଧର୍ମଗ୍ରନ୍ଥ କୁ ଭଜନ ସଂକୀର୍ତ୍ତନ ସହ ଶୋଭାଯାତ୍ରାରେ ମା ଜାଗୁଳାଇ ମନ୍ଦିରକୁ ଅଣାଯାଇଥିଲା ।

ଲୁଣା ନଦୀ ଘାଟରେ ପୂଜାର୍ଚ୍ଚନା କରାଯାଇ ଜଳ ଉତ୍ତୋଳନ କରି କଳସ ଶୋଭାଯାତ୍ରାରେ ମନ୍ଦିରରେ ସ୍ଥାପନ କରାଯିବା ପରେ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରବଚକ ଭାବେ ପଣ୍ଡିତ ଶ୍ରୀକାନ୍ତ ପଣ୍ଡା, କର୍ତ୍ତା ଭାବେ ଅଜୟ କୁମାର ସାହୁ, ସନ୍ଥ ଗୋବିନ୍ଦ ଦାସ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲା ବେଳେ ଗ୍ରାମବାସୀମାନେ ଏଥ୍‌ôରେ ପୂର୍ଣ୍ଣ ସହଯୋଗ କରୁଛନ୍ତି ।