Gj 4uita4aatcnr

ପଦ୍ମ ଧରିଲେ ଆକାଶ ଦାସନାୟକ

Politics State

ଭୁବନେଶ୍ଵର: ବିଜେପିରେ ସାମିଲ ହେଲେ ଆକାଶ ଦାସନାୟକ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ସାମିଲ ହେଲେ । ଗତକାଲି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ଆକାଶ । ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ଅରବିନ୍ଦ ଢାଲି, ସିଦ୍ଧାନ୍ତ ମହାପାତ୍ର, ପ୍ରଦୀପ ପାଣିଗ୍ରାହୀ, ସମୀର ମହାନ୍ତି ଓ ଅରିନ୍ଦମ ରାୟଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଆକାଶ । ଆକାଶଙ୍କ ସହ ଅନେକ ବିଜେଡି କର୍ମୀ, ଅଭିନେତା ଆଦି ଦଳରେ ଯୋଗ ଦେଇଛନ୍ତି ।

ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ କହିଥିଲେ ଯେ, ଆତ୍ମସମ୍ମାନ ଓ କୋରେଇବାସୀଙ୍କ ସ୍ବାଭିମାନ ପାଇଁ ଦଳ ଛାଡ଼ିଲି । ୨୦୧୯ରେ ବିନା କାରଣରେ ଟିକେଟ୍ କଟାଗଲା, ପ୍ରତିବାଦ କରିନଥିଲି । ବିଧାୟକ ନଥାଇ ମଧ୍ୟ ୫ ବର୍ଷ ଧରି ଦଳ ପାଇଁ କଠିନ ପରିଶ୍ରମ କରିଛି । ଦଳ ବୋଧେ ମୋ ଗୁରୁତ୍ବ ବୁଝି ପାରିଲାନି ତେଣୁ ବିଜେଡି ଛାଡିଲି । ମୋର ଜନ୍ମମାଟି କୋରେଇ ମା’ର ସେବା କରିବା ପାଇଁ ରାଜନୀତିରେ ଯୋଗ ଦେଇଥିଲି । କୋରେଇବାସୀଙ୍କ ପରାମର୍ଶରେ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରିବି ବୋଲି କହିଥିଲେ ଆକାଶ।

ସୂଚନାଯୋଗ୍ୟ ଯେ, ୨୦୧୪ରେ କୋରେଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଆକାଶ । ଏହାପରେ ୨୦୧୯ରେ ଆକାଶଙ୍କ ଟିକେଟ୍ ଦଳ କାଟିବା ପରେ ତାଙ୍କୁ ମୋ କଲେଜ ଯୋଜନାର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଥିଲେ ନବୀନ ପଟ୍ଟନାୟକ ।