ଆଗରପଡ଼ା :ରାଜ୍ୟ ରାଜପଥରେ ଗଜରାଜ୍,ନାକେଦମ୍ ହେଲେଣି ବନ ବିଭାଗ କର୍ମଚାରୀ ଏବଂ ପୋଲିସ । ଭଦ୍ରକ ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥ ଦେଇ ଭଦ୍ରକ ପଟୁକୁ ଯାଉଛି ହାତୀଟି,ରାସ୍ତା ମଝିରେ ହାତୀ ଯୋଗୁଁ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ଲୋକମାନେ ଭୟଭୀତ ହୋଇ ପଡ଼ିଛନ୍ତି । ତେବେ ଗୋଠଛଡ଼ା ଦନ୍ତା ହାତୀଟି କପିଳାସ ଜଙ୍ଗଲରୁ ଆସି କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବେଶ କରିଥିବା ବେଳେ ରାତ୍ରୀରୁ ହାଟଡିହି ବ୍ଲକ ସଢ଼ା ଓ ପରେ ବନ୍ତ ବ୍ଲକ ଅଡାଳପଙ୍କ ଦେଇ ନିମାପଡ଼ା ଅଂଚଳକୁ ପ୍ରବେଶ କରିଥିଲା । ବନ ବିଭାଗ ଏବଂ ପୋଲିସ କର୍ମଚାରୀ ହାତୀଟିକୁ ଘଉଡ଼ାଇବାକୁ ଚେଷ୍ଟା କରୁଥିବା ବେଳେ ହାତୀଟି ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥ ଦେଇ ଭଦ୍ରକ ଆଡ଼କୁ ଅତିକ୍ରମ କରି ହାସିନପୁର ନିକଟରୁ ରାମକୃଷ୍ଣପୁର ଗାଁକୁ ପ୍ରବେଶ କରିଥିବା ଦେଖିବାକୁ ମିଳିଛି । ହାତୀ ଉପରେ ହଦଗଡ଼ ଓ ଭଦ୍ରକ ବନ ବିଭାଗ କର୍ମଚାରୀ ସମ୍ପୂର୍ଣ୍ଣ ନଜର ରଖିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।
