Onn 3

ମାଟି ଅତଡ଼ା ଧସି ୨ ଶ୍ରମିକ ମୃତ

State

Accident_1706011121

କେନ୍ଦୁଝର : ଅଣ୍ଡରଗ୍ରାଉଣ୍ଡ ଡ୍ରେନେଜ୍ ପାଇଁ ଡିଆଇ ପାଇପ ଲାଇନ୍ ବିଛାଇବା କାର୍ଯ୍ୟ ଚାଲିଥିବା ବେଳେ ମାଟି ଅତଡ଼ା ଧସି ପଡ଼ିବାରୁ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି।କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା କମାରଯୋଡ଼ା ଅଞ୍ଚଳରେ ଆଜି ଅପରାହ୍ନରେ ଘଟିଛି ଏହି ଘଟଣା।

ମୃତକ ଦ୍ୱୟ ହେଉଛନ୍ତି- ଚରଣ ଲୋହାର ଓ ଅର୍ଜୁନ ଲୋହାର। ସେମାନେ ଯୋଡ଼ାର ତଲକ ହଟିଙ୍ଗ ଅଞ୍ଚଳର ବୋଲି ଜଣାପଡ଼ିଛି।

ଏକ ଠିକା କମ୍ପାନୀ ଦ୍ୱାରା ଅଣ୍ଡରଗ୍ରାଉଣ୍ଡ ଡ୍ରେନେଜ୍ ପାଇଁ ଡିଆଇ ପାଇପ ଲାଇନ୍ ବିଛାଇବା କାମ ଚାଲିଥିବା ବେଳେ ମାଟି ଧସି ଯିବାରୁ ଚରଣ ଓ ଅର୍ଜୁନ ତା’ ଭିତରେ ଫସି ଯାଇଥିଲେ। ତେବେ ଆଉ ଜଣେ ଶ୍ରମିକ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।