Onn 3

ଅସୁରେଶ୍ୱର ଫୁଟବଲ ଟୁର୍ଣ୍ଣାମେଣ୍ଟ : ୟଙ୍ଗ ଉତ୍କଳ କ୍ଲବ ଓ ଡ଼ିଫା କ୍ଲବ ଯାଜପୁର ସେମିରେ

sports State

ନିଶ୍ଚିନ୍ତକୋଇଲି: ଅସୁରେଶ୍ୱର ଆଥଲେଟିକ୍ ଆସୋସିଏସନ ଆନୁକୂଲ୍ୟରେ ୪୯ତମ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ତୃତୀୟ ଏବଂ ଚତୁର୍ଥ କ୍ୱାଟର ଫାଇନାଲ ଖେଳ ଶେଷ ହୋଇଛି । ତୃତୀୟ କ୍ୱାଟର ଫାଇନାଲ ରେ ଟ୍ରାଇବେକର ଜରିଆରେ ଚଣ୍ଡିଖୋଲର ରାଧାଦେଇପୁର କ୍ଲବକୁ ୪-୨ ଗୋଲରେ ଯାଜପୁରର ଡ଼ିଫା କ୍ଲବ ପରାଜୟ କରି ସେମିରେ ପ୍ରବେଶ କରିଛି । ସେହିପରି ଚତୁର୍ଥ କ୍ୱାଟର ଫାଇନାଲରେ ଜେସିବି କ୍ଲବ କ୍ରୀଷ୍ଣାନନ୍ଦପୁରକୁ କଟକର ୟଙ୍ଗ ଉତ୍କଳ କ୍ଲବ ୪-୧ ଗୋଲରେ ପରାଜୟ କରି ସେମିରେ ପ୍ରବେଶ କରିଛି ।

ଏହି ପ୍ରତିଯୋଗିତାକୁ ଏମଡ଼ି ଜାହୁର, ଏସକେ ହଇଦ, ଟୁକୁନା ଭୋଇ ପରିଚାଳନା କରିଥିଲେ । ଆସନ୍ତା ଶନିବାର ୨୫ ତାରିଖ ଦିନ ପ୍ରଥମ ସେମିଫାଇନାଲ ମ୍ୟାଚ୍ କେନ୍ଦ୍ରାପଡ଼ାର ସୁରଜ ସ୍ପୋଟିଂ କ୍ଲବ ଏବଂ ପ୍ରତାପନଗରୀର ପ୍ରତାପ କ୍ଳବ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆସୋସିଏସନର ସମ୍ପାଦକ ବିଜୟ କୁମାର ବଳ ପ୍ରକାଶ କରିଛନ୍ତି ।