Onn 3

ମହାପୁରୁଷ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦଙ୍କ ଆଶିର୍ବାଦ ଭିକ୍ଷା କଲେ ବିଜେପି ନେତା ଚୌଧୁରୀ ପ୍ରଭାତକେଶରୀ ମିଶ୍ର

State

ନିଶ୍ଚିନ୍ତକୋଇଲି: ବୁଧବାର ଅପରାହ୍ନ ସମୟରେ ମାହାଙ୍ଗା ବରିଷ୍ଠ ବିଜେପି ନେତା ଚୌଧୁରୀ ପ୍ରଭାତକେଶରୀ ମିଶ୍ର ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ସ୍ଥିତ ପ୍ରସିଦ୍ଧ ପଦ୍ମବନ ପୀଠ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ପୀଠସ୍ଥଳୀରେ ପହଞ୍ଚି ମହାପୁରୁଷଙ୍କୁ ଦର୍ଶନ କରିବା ସହିତ ସମାଜର କଲ୍ୟାଣ ପାଇଁ ଆର୍ଶିବାଦ ଭିକ୍ଷା କରିଥିଲେ । ଏପରିକି ମହାପୁରୁଷଙ୍କ ଅଚ୍ୟୁତାନନ୍ଦ ଙ୍କ ପୀଠସ୍ଥଳୀର ବିକାଶ କାର୍ଯ୍ୟ ସମ୍ପର୍କରେ ପୂଜକ ଏବଂ ଅନୁଷ୍ଠାନର କର୍ମକର୍ତ୍ତମାନଙ୍କ ସହିତ ଆଲୋଚନା କରିଥିଲେ ।

ଶ୍ରୀ ମିଶ୍ରଙ୍କ ସହିତ ନିଶ୍ଚିନ୍ତକୋଇଲି ବ୍ଲକ ପୂର୍ବତନ ବିଜେପି ସଭାପତି ମୀନକେତନ ଦାସ, ପୂର୍ବତନ କଟକ ସାଙ୍ଗଠନିକ ସଦର ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ପ୍ରଫୁଲ୍ଲ କୁମାର ମହାପାତ୍ର, ଯୋଗେନ୍ଦ୍ର ବେହେରା, ସୂର୍ଯ୍ୟକାନ୍ତି ହରିଚନ୍ଦନ ପ୍ରମୁଖ ଯୋଗଦାନ କରି ମହାପୁରୁଷଙ୍କ କୃପା ଲାଭ କରିଥିଲେ ।