Onn 3

ଆଗରପଡ଼ା କଲେଜରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

State

ଆଗରପଡ଼ା:ଆଗରପଡ଼ା କଲେଜରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଆଯୋଜିତ ଉତ୍ସବରେ ବିଧାୟକ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲ,ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ ଜେନା,ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ,ବିଡ଼ିଓ ପ୍ରଦୀପ ସେଠୀ,ଜିଲ୍ଲା ପରିଷଦ ସଭ୍ୟା ରୁନିତା ଦାସ,ବ୍ଲକ ଯୁବ ବିଜେଡ଼ି ସଭାପତି ସତ୍ୟସାଧନ ବେଜ,ବିଟିପୁର ସମିତିସଭ୍ୟା ଜ୍ୟୋର୍ତିମୟୀ ପଣ୍ଡା ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ ।

କଲେଜ ପରିଚାଳନା କମିଟି ସଭାପତି ପ୍ରଶାନ୍ତ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷ ନାରାୟଣ ପାତ୍ର ସ୍ୱାଗତ ଭାଷଣ, ଅଧ୍ୟାପକ ନାରାୟଣ ପୁରି ଅତିଥି ପରିଚୟ, ବ୍ଳକ ଯୁବ ବିଜେଡ଼ି ଛାତ୍ର ସଭାପତି ପ୍ରଣବ ଲେଙ୍କା ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମ ନୋଡ଼ାଲ ଅଫିସର ଅଧ୍ୟାପିକା ପ୍ରେମଲତା ଦାଶ ଏହାକୁ ପରିଚାଳନା କରିଥିଲେ । ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ନୃତ୍ୟ ପରିବେଷଣ କରାଯାଇଥିଲା ।