Onn 3

ପୁଲିସ ପରିଚୟ ଦେଇ ବରିଷ୍ଠ ନାଗରିକଙ୍କ ଠାରୁ ୬୦ ଗ୍ରାମ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

Crime State

କଟକ: କଟକ ଦୋଳମୁଣ୍ଡାଇରୁ ବଜ୍ରକବାଟିକୁ ସଂଯୋଗ କରୁଥିବା ରାସ୍ତା ପାର୍ଶ୍ବରେ ଥିବା ଅମ୍ବର ଏନ୍ଏକ୍ସ ଦୋକାନ ସମ୍ମୁଖରେ ନିଜକୁ ପୁଲିସ ପରିଚୟ ଦେଇ ବରିଷ୍ଠ ନାଗରିକଙ୍କ ଠାରୁ ୬୦ ଗ୍ରାମ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଆଜି ମଧ୍ୟାହ୍ନ ସମୟରେ କଟକ କଲେଜ ଛକ ଅଞ୍ଚଳର ବିଜୟ କୁମାର ସାହୁ ନିଜର ସ୍କୁଟରରେ ବଜ୍ରକବାଟିରୁ ଦୋଳମୁଣ୍ଡାଇ ଆଡ଼କୁ ଆସୁଥିବା ବେଳେ ହିନ୍ଦୀ ଭାଷାରେ କଥା ହେଉଥିବା ଦୁଇଜଣ ଲୁଟେରା ନିଜକୁ ପୁଲିସ ପରିଚୟ ଦେଇଥିଲେ। ସେମାନେ ବିଜୟ ପିନ୍ଧିଥିବା ସୁନା ଅଳଙ୍କାର ଓହ୍ଲାଇ ଗାଡ଼ି ଡିକିରେ ରଖିବାକୁ କହିଥିଲେ। ଏମିତିକି ଆଗରେ ଲୁଟେରା ବୁଲୁଥିବା ଭୟ ଦେଖାଇଥିଲେ।

ଏହାପରେ ଯେତେବେଳେ ବିଜୟ ସୁନାକୁ ଡିକିରେ ରଖିଥିଲେ। ସେତେବେଳେ ସେ ସୁନାକୁ ଧରି ଫେରାର ହୋଇଯାଇଥିଲେ। ଏହାପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ସେଠାରେ ଦୋକାନ ମାନଙ୍କରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରାଯାଉଥିବା ସୂଚନା ରହିଛି।