Onn 3

ପ୍ରିଗୋଜିନଙ୍କ ହତ୍ୟା ଯୋଜନା କରିସାରିଛନ୍ତି ପୁଟିନ୍ !

National & International

କିବ୍ : ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ୍ କରିବା ପରେ ବେସରକାରୀ ସେନା ଓ୍ଵାଗନରର ମୁଖ୍ୟ ୟେଭଗେନି ପ୍ରିଗୋଜିନଙ୍କ ଜୀବନ ପ୍ରତି ବିପଦ ମାଡ଼ିଆସୁଛି । ଏପରି ଦାବି କରିଛନ୍ତି ୟୁକ୍ରେନର ସାମିରକ ଗୁଇନ୍ଦା ମୁଖ୍ୟ ମେଜର ଜେନେରାଲ କିରିଲୋ ବୁଡାନୋଭ । ସେ କହିଛନ୍ତି ଯେ ପୁଟିନଙ୍କ ସେନା ପ୍ରିଗୋଜିନଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିସାରିଛି ।
ବୁଡାନୋଭ କହିଛନ୍ତି ଯେ ୟେଭଗେନି ପ୍ରିଗୋଜିନଙ୍କ ବିଦ୍ରୋହ ଯୋଜନା ବିଷୟରେ ପୂର୍ବରୁ ହିଁ ସୂଚନା ଥିଲା । ରୁଷର ଫେଡେରାଲ ସିକ୍ୟୁରିଟି ସର୍ଭିସ ବା ଏଫଏସବି ପ୍ରିଗୋଜିନଙ୍କୁ ହତ୍ୟା କରିବାକୁ ଯୋଜନା କରୁଛି । ପ୍ରିଗୋଜିନ୍ ଆଉ ବଞ୍ଚିବେ ନାହିଁ। କିନ୍ତୁ ଋଷର ସୁରକ୍ଷା ବାହିନୀ ତରବର ହୋଇ ପ୍ରିଗୋଜିନଙ୍କ ହତ୍ୟା କରିବ ନାହିଁ । ବରଂ ଏଥିପାଇଁ ଭାବିଚିନ୍ତି ଯୋଜନା କରାଯିବ ଓ ତାହାକୁ କାର୍ଯ୍ୟକାରୀ କରାଯିବ । କିରିଲୋ ବୁଡାନୋଭ କହିଛନ୍ତି ଯେ ଓ୍ବାଗନର ଗ୍ରୁପର ବିଦ୍ରୋହ ଯୋଗୁଁ ପୁଟିନଙ୍କ କ୍ଷମତାର ଦୁର୍ବଳତା ପଦାରେ ପଡ଼ିଯାଇଛି ।

ଏହା ପୂର୍ବରୁ ସମାନ ପ୍ରକାରର ଆଶଙ୍କା ପ୍ରକାଶ କରିଥିଲେ ଆମେରିକୀୟ ଗୁଇନ୍ଦା ସଂସ୍ଥା ସିଆଇଏର ଜଣେ ଅଧିକାରୀ । ସେ କହିଥିଲେ ଯେ ଓ୍ବାଗନର ମୁଖ୍ୟ ୟେଭଗେନି ପ୍ରିଗୋଜିନଙ୍କ ଜୀନନ ପ୍ରତି ବଡ଼ ବିପଦ ରହିଛି । ଏଣୁ ସେ ଖୋଲା ଝରକାଠାରୁ ଦୂରେଇ ରହିବା ଉଚିତ୍ ।