Onn 3

ରାଜଧାନୀରେ ଯୁବକଙ୍କ କଲର ଧରି ପିଟିଲେ ଲେଡି ଗୁଣ୍ଡା

Crime State

ଭୁବନେଶ୍ୱର:ଭୁବନେଶ୍ୱରରେ ଲେଡି ଗୁଣ୍ଡାଙ୍କ  ଦାଦାଗିରି । ଯୁବକଙ୍କ କଲର ଧରିଲେ, ସେକି ଦେଇ ଗଲେ । ସମସ୍ତେ ଦେଖୁଥାନ୍ତି, ହେଲେ ଲେଡି ଗୁଣ୍ଡାଙ୍କୁ କେହି ସାମ୍ନା କରିପାରୁ ନ ଥାନ୍ତି । ଲେଡିଙ୍କ ପାଟିର ଭାଷା… ନ କହିବା ଭଲ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ସହିଦ ନଗର ଲକ୍ଷ୍ମୀ ବିହାର ଅଞ୍ଚଳରେ । ବୁଧବାର ସକାଳୁ ସକାଳୁ ଲକ୍ଷ୍ମୀ ବିହାର ରେ ଥିବା ଶୌଚାଳୟ ପାଖରେ ଗାଡ଼ି ପାର୍କିଂକୁ ନେଇ ଘଟିଯାଇଛି ତୁମୁଳ କାଣ୍ଡ। ଜଣେ ଯୁବକଙ୍କୁ ନିସ୍ତୁକ ପିଟୁଛନ୍ତି ଜଣେ ଯୁବତୀ । ଏହାର ଭିଡିଓ ଭାଇରାଲ ହୋଇଛି ।

ପୂରା ଘଟଣାଟି ଥିଲା ଏମିତି ।  ଆଜି ସକାଳ ସମୟରେ ସହିଦ ନଗର ଅଟୋ, ବାଇକ ଚାଳକ ମଧ୍ୟରେ ହେଇଥିଲା ଯୁକ୍ତି ତର୍କ। ସାଇଡ ଦେବା ପାଇଁ ଅଟୋ ଚାଳକ ଅଜିତ କୁମାର ସେନ ହର୍ଣ୍ଣ ମାରିଥିଲେ । ଏହାକୁ ନେଇ ରାଗି ଯାଇଥିଲେ ସାମ୍ନାରେ ଥିବା  ବାଇକ ଚାଳକ । ସେ ରାଗିଯାଇ ଅଟେ ଚାଳକଙ୍କୁ ଗାଳି ଗୁଲଜ କରିଥିଲେ  । ସେତିକିରେ କଥା ସରି ନ ଥିଲା । ଫୋନ କରି କାହାକୁ ଡାକିଥିଲେ । କିଛି ସମୟ ପରେ ଏହି  ଯୁବତୀ ଜଣକ ଆସି ଏଠାରେ ତାଙ୍କ ରୋବାବ ଦେଖାଇଥିଲେ ।

ଯୁବତୀ ଆସିବା ବେଳେ ହାତରେ ପଥର ଧରି ଆସିଥିଲେ  । ସେ  ଅଜିତଙ୍କ କଲର ଧରି  ମାଡ଼ ମାରିବା ସହ ମୋ ଭାଇକୁ କାହିଁକି ଖରାପ ଭାଷା କହିଲୁ ବୋଲି ଚିତ୍କାର କରୁଥିଲେ ଏବଂ ଅଟୋ ଚାଳକଙ୍କୁ ଅସଭ୍ୟ ଭାଷାରେ ଗାଳି କରୁଥିଲେ ।  ଏପରିକି ତାଙ୍କୁ ରେପ୍ କେସ ରେ ଫାସେଇ ଦେବେ ବୋଲି ଧମକ ବି ଦେଇଥିଲେ ।

ଏ ନେଇ ଅଟୋ ଚାଳକଙ୍କ ପକ୍ଷରୁ ସହିଦ ନଗର ଥାନାରେ ଏତଲା ଦେଇଛନ୍ତି । ମହିଳାଙ୍କ ଏପରି ଗୁଣ୍ଡାଗିରିକୁ ଅଟୋ ଚାଳକ ସଂଘ ପକ୍ଷରୁ ନିନ୍ଦା କରାଯାଇ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।