Onn 3

ଆନ୍ତଃ ଜିଲ୍ଲା ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ମୟୁରଭଞ୍ଜ ଦଳ ଘୋଷିତ

sports State

ବାରିପଦା : ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟ ସ୍ତରୀୟ ଆନ୍ତଃ ଜିଲ୍ଲା ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବା ପାଇଁ ମୟୁରଭଞ୍ଜ ମହିଳା ଦଳ ଘୋଷିତ ହୋଇଯାଇଛି I ସଂଜିତା ଦାସ ( ଅଧିନାୟକ) ଙ୍କ ନେତୃତ୍ୱରେ ପଦ୍ମାବତୀ ସିଂ ( ଉପ ଅଧିନାୟକ ), ପଦ୍ମା ମିର୍ଧା, ମନ୍ଦିରା ସିଂ, ରଶ୍ମିରେଖା ନାଏକ, କିରଣବାଳା ପାତ୍ର, ରୀତିକା ପଣ୍ଡା, ଲକ୍ଷ୍ମୀପ୍ରିୟା ମହାନ୍ତ, ପ୍ରୀତିଶ୍ରୀ ଦାସ, ସୁଭଦ୍ରା ମାରାଣ୍ଡି, ସୋନିଆ ରାଜ, ବିଜ ମୁର୍ମୁ, କୁଇଲୁ ମୁର୍ମୁ, ସ୍ବର୍ଣ୍ଣପ୍ରଭା ସିଂ ଓ ରାଇମତ ମାରାଣ୍ଡି ସମେତ 15 ଜଣିଆ ଦଳ ଆସନ୍ତା କାଲି କଟକ ଅଭିମୁଖେ ଯାତ୍ରା କରିବେ I କୋଚ ଓ ମ୍ୟାନେଜର ଭାବେ ପୂର୍ବତନ ରାଜ୍ୟ ସ୍ତରୀୟ ଖେଳାଳି ସାଇବା ସିଂ ଦଳ ସହିତ ମଧ୍ୟ ଯାଉଛନ୍ତି I

ଆଜି ଅପରାହ୍ନରେ କ୍ରିକେଟ ସହ ସମ୍ପାଦକ ହରପ୍ରସାଦ ପାତ୍ର, ପ୍ରସନ୍ନଜିତ ମହାନ୍ତି ସମେତ କୋଷାଧକ୍ଷ ଅମିତାଭ ଦାସ, ବରିଷ୍ଠ କ୍ରୀଡ଼ାବିତ ନନ୍ଦଲାଲ ମହାପାତ୍ର, ବିଜୟ କୁମାର ଦାସ ( ମଣ୍ଟୁ ଦା ) ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଦଳର ସଫଳତା କାମନା କରିଥିଲେ I ମୟୁରଭଞ୍ଜ ତାର ପ୍ରଥମ ମ୍ୟାଚ ପାରାଦୀପ ସହ କଟକର ରେଭେନ୍ସା ପଡିଆରେ ଖେଳିବ ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ସମସ୍ତ ଖେଳାଳି ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି I