Onn 3

ପ୍ରେସକ୍ରିପସନ ଓ ପୋଷ୍ଟମର୍ଟମ ରିପୋର୍ଟ ସ୍ପଷ୍ଟ ଭାବେ ଲେଖିବାକୁ ଡାକ୍ତରମାନଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

State

IMAGE_1703778743

ଭୁବନେଶ୍ବର : ଅନେକ ସମୟରେ ଦେଖାଯାଏ ଡାକ୍ତରମାନେ ପ୍ରେସକ୍ରିପସନରେ କଣ ଲେଖନ୍ତି, ତାହା ରୋଗୀମାନେ ବୁଝିପାରନ୍ତି ନାହିଁ। ଡାକ୍ତର ରୋଗ ବିଷୟରେ କିମ୍ବା କଣ ମେଡିସିନ୍‌ ଲେଖିଲେ ତାହା କେବଳ ମେଡିସିନ୍‌ ଦୋକାନୀ ହିଁ ବୁଝନ୍ତି। ଯାହାକୁ ନେଇ ଗତ କିଛି ଦିନ ତଳେ ଓଡିଶା ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଥିଲେ। ଯାାକୁ ନେଇ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଡାକ୍ତରମାନଙ୍କୁ ପରିଷ୍କାର ଅକ୍ଷରରେ ପ୍ରେସକ୍ରିପସନ ଲେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଡାକ୍ତରମାନଙ୍କୁ ମୁଖ୍ୟ ଶାସନ ସଚିବ ପୋଷ୍ଟମର୍ଟମ ରିପୋର୍ଟ ଓ ପ୍ରେସକ୍ରିପସନ୍ ରିପୋର୍ଟକୁ ସୁନ୍ଦର ଓ ସ୍ପଷ୍ଟ ଭାବେ ଲେଖିବାକୁ ନିର୍ଦେଶ ଦେଇଛନ୍ତି। ଡାକ୍ତରୀ ଚିଠା, ପିଏମ୍‌ ରିପୋର୍ଟ ପ୍ରାଞ୍ଜଳ ଭାବେ ଓ ସାଧାରଣ ଲୋକେ ବୁଝିପାରିବା ଭଳି ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କ୍ୟାପିଟାଲ ଲେଟର, ଟାଇପ୍‌ କିମ୍ବା ଗୋଲ୍‌ ଗୋଲ୍‌ ଲେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲେଖା ଏମିତି ହେବା ଦରକାର ଯେମିତି କିଛି ସଂଶୟ ଉପୁଜୁନଥିବ ବୋଲି ନିର୍ଦ୍ଦେଶନାମାରେ ଲେଖାଯାଇଛି। ଏହାକୁ ନେଇ ସମସ୍ତ ମେଡିକାଲ ସେଣ୍ଟର, ପ୍ରାଇଭେଟ କ୍ଲିନିକ, ମେଡିକାଲ କଲେଜ ଓ ହସ୍ପିଟାଲକୁ ନିର୍ଦ୍ଦେଶ ଜାରି ହୋଇଛି। ସ୍ପଷ୍ଟ ଅକ୍ଷର କିମ୍ବା ସ୍ବତନ୍ତ୍ର ପ୍ରକାର ଫର୍ମରେ ପ୍ରେସକ୍ରିପସନ, ମେଡିକୋ-ଲିଗାଲ ରିପୋର୍ଟ ଲେଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।

ଡାକ୍ତରଙ୍କ ହାତ ଲେଖା ପ୍ରେସ୍‌କ୍ରିପ୍‌ସନକୁ ନେଇ ଅନେକ ସମୟରେ ସଂଶୟ ରହୁଥିଲା । ପ୍ରେସ୍‌କ୍ରିପ୍‌ସନ୍‌, ଶବ ବ୍ୟବଚ୍ଛେଦ ଓ ଅନ୍ୟାନ୍ୟ ରିପୋର୍ଟଗୁଡ଼ିକ ସାଧାରଣ ଲୋକ କ’ଣ ପ୍ରାଶାସନିକ ଅଧିକାରୀମାନଙ୍କୁ ବି ପଢ଼ିବାରେ ଅସୁବିଧା ହେଉଥିଲା । ଏଥିରେ ଉଦ୍‌ବେଗ ପ୍ରକାଶ କରିଥିଲେ ହାଇକୋର୍ଟ। ପ୍ରେସ୍‌କ୍ରିପ୍‌ସନ୍‌ ଓ ଅନ୍ୟାନ୍ୟ ରିପୋର୍ଟ ସ୍ପଷ୍ଟ ଅକ୍ଷରରେ ଲେଖିବାକୁ ରାଜ୍ୟରେ କାର୍ୟ୍ୟରତ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ହାଇକୋର୍ଟ ପରାମର୍ଶ ଦେଇଥିଲେ।