Onn 3

କିଚକେଶ୍ବରୀ ମନ୍ଦିର ଓ ରାଜପ୍ରସାଦ ସୁରକ୍ଷା ପ୍ରସଙ୍ଗ, ଆଗାମୀ ଦିନରେ ମୟୁରଭଞ୍ଜ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ସମାବେଶ ହେବ :ଭଞ୍ଜସେନା

State

ବାରିପଦା: ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତଥା ବିଶ୍ୱରେ ଏକମାତ୍ର କଳା ମୁଗୁନି ପଥରରେ ନିର୍ମିତ ଖିଚିଂ ସ୍ଥିତ ମାଆ କିଚକେଶ୍ବରୀଙ୍କ ମନ୍ଦିର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଆଖିଦୃଶିଆ ଅନୁଦାନ ପ୍ରଦାନ ଦାବୀ ସହିତ ବାରିପଦା ସ୍ଥିତ ଧ୍ବଂସାଭିମୁଖୀ ମୟୁରଭଞ୍ଜର ପୂର୍ବତନ ରାଜପ୍ରସାଦର ପୁନଃରୁଦ୍ଧାର ପାଇଁ ବାରିପଦା ପୂର୍ତ୍ତ ବିଭାଗ ପକ୍ଷରୁ ସର୍ଭେ ହୋଇ ଯୋଉ ଅଟକଳ ରାଶି ସରକାରଙ୍କୁ ପଠାଯାଇଛି, ତୁରନ୍ତ ସେହି ଅର୍ଥରାଶି ପ୍ରଦାନ କରିବାର ଦାବୀ ନେଇ ମୟୁରଭଞ୍ଜ ଜିଲ୍ଲାର ସଂଗ୍ରାମୀ ଯୁବଛାତ୍ର ସଂଗଠନ ଭଞ୍ଜସେନା,ଯୁବଶାଖା ପକ୍ଷରୁ ଚଳିତ ନଭେମ୍ବର ମାସ ୨୩ ତାରିଖ(ଗୁରୁବାର)ରୁ ଖିଚିଂ ସ୍ଥିତ ମାଆ କିଚକେଶ୍ବରୀଙ୍କ ମନ୍ଦିର ଠାରୁ ଆରମ୍ଭ ହୋଇଥିବା ପଦଯାତ୍ରା 28 ତାରିଖ ସନ୍ଧ୍ୟା ରେ ବାରିପଦାରେ ପହଞ୍ଚି ଆଜି ୨୯ ତାରିଖ ମୁର୍ଗାବାଡି ଗୋଲେଇ ଠାରୁ ସକାଳ 10.30 ଘଟିକା ଠାରୁ ପଦଯାତ୍ରୀ ଙ୍କୁ ସ୍ୱାଗତ କରି ତାଙ୍କ ସହିତ ଏକ ବିଶାଳ ଶୋଭାଯାତ୍ରା ଭଂଜପୁର -ଷ୍ଟିଲ ଗୋଲେଇ -ବିଜୁ ପଟ୍ଟନାୟକ ଗୋଲେଇ -ମୁଖ୍ୟ ମାର୍କେଟ -ଟ୍ରାଫିକ ଛକ ହୋଇ ବଡ଼ବାଜ଼ାର ସ୍ଥିତ ରାଜପ୍ରାସାଦ ସମ୍ମୁଖରେ ପହଞ୍ଚିଥିଲେ |ଶୋଭାଯାତ୍ରା ସମୟରେ ବହୁ ସାମାଜିକ ସଂଗଠନ, ବରିଷ୍ଠ ନାଗରିକ ଏବଂ ବହୁ ଯୁବଛାତ୍ର ମାନେ ପଦଯାତ୍ରୀ ଙ୍କୁ ଫୁଲହାର ପିନ୍ଧାଇ ଓ ପୁଷ୍ପ ଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ |

ପଦଯାତ୍ରାରେ ଭଞ୍ଜସେନା ଯୁବଶାଖା ସଭାପତି ସୌମ୍ୟରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ଆଲୋକ ବେହେରା, ହୃଷିକେଶ ସିଂ, ସୁନାରାମ ସିଂ, ଚିତ୍ତରଞ୍ଜନ ମହାକୁଡ଼, ସଂଜୟ ସିଂ, ଶିବସଙ୍କର ବେହେରା, ଆଦର୍ଶ ଦିବେଦୀ, ଜୟକୃଷ୍ଣ ପାତ୍ର,ଦିବ୍ୟାଂଶୁ ନାୟକ, କ୍ରିଷ୍ଣା ଗିରି, ବୁଦ୍ଧିଆ ସରଦାର, ବାପୁନ ବେହେରା, ଶୁଭମ ଦାସ, ଏସ କେ ଜାନୁ, ଉମା ମହାନ୍ତି, ସଂଜୀବ ମହାପାତ୍ର, କ୍ରିଶୁ ସାହୁ, ବିକୁମ ମାରାଣ୍ଡି, ସଂଜୟ ମୁର୍ମୁ, ଅଜିତ ମାରାଣ୍ଡି, ବିଜୟ ବାସ୍କେ ପ୍ରମୁଖ 22 ଜଣ ପଦଯାତ୍ରୀ ସାମିଲ ଥିଲେ |

ଭଞ୍ଜସେନା ଜିଲ୍ଲା ସଭାପତି ପିଣ୍ଟୁ ମାଈତିଙ୍କ ତତ୍ୱାବଧାନରେ ହୋଇଥିବା ଆଜିର ଶୋଭାଯାତ୍ରାରେ ଜିଲ୍ଲା କାର୍ଯ୍ୟକାରୀ ଅଧକ୍ଷ ସଂଜୀବ ରାଉତ,ଶୃଙ୍ଖଳାଗତ କମିଟି ଅଧକ୍ଷ ସତ୍ୟସ୍ୱରୂପ ଦାଶ,ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ ଓ ଲାଲବାହାଦୁର ମହାନ୍ତି,ଓବିସି ଶାଖା ସଭାପତି ରାକେଶ ବେହେରା, ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା,ଜିଲ୍ଲା ଯୁବଛାତ୍ର ସଂଯୋଜକ ଏସ.କେ ରାଜାଖାନ,ଜିଲ୍ଲା ଉପସଭାପତି ରାକେଶ ମହାନ୍ତି ଓ ପ୍ରଶାନ୍ତ ମହାକୁଡ଼ ସଂଗଠନ ସମ୍ପାଦକ ଗଣେଶ ମହାନ୍ତି,କପ୍ତିପଦା ଉପଖଣ୍ଡ ସଭାପତି ରବିନ ମହାନ୍ତି, ବାରିପଦା ଉପଖଣ୍ଡ ସଂଯୋଜକ ପାରିତୋଷ ବାରିକ,ବାରିପଦା ସହର ସାଧାରଣ ସମ୍ପାଦକ ଅମିତ କୁମାର, ପ୍ରମୁଖ ସାମିଲ ହୋଇଥିଲେ |

ମୟୁରଭଞ୍ଜ ର ଏଭଳି ଦୁଇଟି ସ୍ପର୍ଶ କାତର ଇସ୍ୟୁ କୁ ଯଦି ସରକାର ହାଲକା ଭାବେ ଗ୍ରହଣ କରନ୍ତି ତେବେ ଆଗକୁ ଏହାକୁ ଏକ ବିଶାଳ ଗଣ ଆନ୍ଦୋଳନ ରେ ପରିଣତ ହେବ ବୋଲି ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା କହିଛନ୍ତି ତାସହିତ ମୟୁରଭଞ୍ଜର ଐତିହ୍ୟ ସୁରକ୍ଷା ବିରୋଧୀ ସରକାରଙ୍କ ବିରୁଦ୍ଧରେ ଆଗାମୀ ଦିନରେ ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭଞ୍ଜସେନା, ଯୁବଶାଖା ତରଫରୁ ଏକ ବିଶାଳ ବିକ୍ଷୋଭ ସମାବେଶ ଅନୁଷ୍ଠିତ କରାଯିବ ବୋଲି ଜିଲ୍ଲା ଯୁବଶାଖା ସଭାପତି ସୌମ୍ୟରଞ୍ଜନ ମିଶ୍ର କହିଛନ୍ତି ବୋଲି ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି |